ଆଜି ହେଉଛି ଭାରତୀୟ ନୌସେନା ଦିବସ

0

ନୂଆଦିଲ୍ଲୀ : ଆଜି ହେଉଛି ନୌସେନା ଦିବସ I ଦେଶ ପ୍ରତି ଭାରତୀୟ ନୌବାହିନୀର କୃତିତ୍ୱ ଓ ଭୂମିକାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଡିସେମ୍ବର ୪ ତାରିଖରେ ଭାରତୀୟ ନୌସେନା ଦିବସ ପାଳନ କରାଯାଏ । ୧୯୭୧ ମସିହା, ଆଜିର ଦିନ ଏହି ଦିବସ ଘୋଷଣା କରାଯାଇଥିଲା । ଭାରତୀୟ ନୌସେନା ହେଉଛି ଭାରତୀୟ ସଶସ୍ତ୍ର ବଳର ନୌଶାଖା । ନୌସେନା ଦିବସ, ନୌସେନା ସପ୍ତାହ ଓ ଏହାର ଅବ୍ୟବହିତ ପୂର୍ବରୁ ଭାରତୀୟ ନୌସେନା ପକ୍ଷରୁ ସମୁଦ୍ରରେ ପହଁରା ପ୍ରତିଯୋଗିତା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଏ । ଏହି ଉପଲକ୍ଷେ ଜାହାଜଗୁଡ଼ିକ ପରିଦର୍ଶକ ଓ ସ୍କୁଲ ପିଲାଙ୍କ ପାଇଁ ଖୋଲାଯାଇଥାଏ । ଭାରତୀୟ ନୌସେନା ହେଉଛି ଭାରତୀୟ ସଶସ୍ତ୍ର ବଳର ନୌଶାଖା ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More