ରାଜସ୍ଥାନ : ରାଜସ୍ଥାନର ବାରମେରରେ ବାୟୁ ସେନାର ମିଗ୍ -୨୧ ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ନେଇ ଖବର ମିଳିଛି। ଏହି ଦୁର୍ଘଟଣାରେ ହିମାଚଳପ୍ରଦେଶର ଜଣେ ପାଇଲଟ୍ ସହିଦ୍ ହୋଇଛନ୍ତି। ତାଙ୍କ ନାମ ମୋହିତ ବୋଲି ଜଣାପଡିଛି। ତାଙ୍କ ପିତା ସେନାରେ କର୍ଣ୍ଣେଲ ପଦରୁ ଅବସର ନେଇଛନ୍ତି। ଏହାସହ ଆଉ ଜଣେ ପାଇଲଟ୍ ମଧ୍ୟ ଶହୀଦ ହୋଇଛନ୍ତି।
ସୂଚନାନୁଯାୟୀ, ମୋହିତ ୧୫ ଦିନ ପୂର୍ବରୁ ତାଙ୍କ ଗାଁକୁ ଆସିଥିଲେ। ବିମାନରେ ଦୁଇଜଣ ପାଇଲଟ୍ ଥିଲେ ଏବଂ ଏହି ଦୁର୍ଘଟଣାରେ ଉଭୟ ପାଇଲଟ୍ ଶହୀଦ୍ ହୋଇଥିଲେ। ମିଗ୍ ଖସିଯିବା ମାତ୍ରେ ନିଆଁ ଲାଗିଗଲା ଏବଂ ଏହା ଜଳିବା ଆରମ୍ଭ ହୋଇଥିଲା।