ସିଲ୍ହଟ୍ : ଭାରତ ମହିଳା ଏସିଆ କପ୍ ଚାମ୍ପିୟନ ହୋଇଛି । ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରି ଭାରତୀୟ ମହିଳା କ୍ରିକେଟ ଦଳ ଏସିଆ କପ୍ ବିଜୟୀ ହୋଇଛି । ଭାରତୀୟ ମହିଳା କ୍ରିକେଟ ଦଳ ୮ମ ଥର ପାଇଁ ମହିଳା ଏସିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଥିବା ବେଳେ ଏହି ସଫଳତା ହାସଲ କରିଛି।