ଟି-୨୦ ସିରିଜ୍ ଜିତିଲା ଭାରତ : ଚହରଙ୍କ ଘାତକ ବୋଲିଂ ରେ ଧରାଶାୟୀ ବେଙ୍ଗଲ ଟାଇଗର

0

ରବିବାର ନାଗପୁରରେ ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ ଜିତି ଭାରତ ସିରଜ କୁ କବଜା କରିନେଇଛି I ଦୀପକ ଚହର ଙ୍କ ଘାତକ ବୋଲିଂରେ ଘାଇଲା ହୋଇଛି ବାଂଲାଦେଶ ଟିମ I ପ୍ରଥମେ ବ୍ୟାଟିଂକରି ଭାରତ ୫ ୱିକେଟ ହରାଇ ୧୭୪ ରନ୍ ସଂଗ୍ରହ କରିଥିଲା । ଦ୍ୱିତୀୟ ଇନିଂସରେ ୧୭୫ ରନ୍‌ ଲକ୍ଷ୍ୟ ନେଇ ବାଂଲାଦେଶ ୧୯.୨ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୪୪ ରନ୍‌ କରିପାରିଛି । ଦୀପକ ଚହର ମାତ୍ର ୭ ରନ୍‌ ଦେଇ ୬ଟି ୱିକେଟ ନେଇଥିବା ବେଳେ ଶିବମ ଦୁବେ ୩ଟି ୱିକେଟ ଦଖଲ କରି ଭାରତର ସିରିଜ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More