ଡିସେମ୍ବର ୨୨ରେ ଭାରତ – ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ : ୫ରୁ ଅନ୍‌ଲାଇନରେ ଟିକେଟ ବିକ୍ରି ଆରମ୍ଭ

0

ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୨୨ରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ । ଏ ନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ଏବଂ କମିଶନରେଟ୍ ପୁଲିସ୍ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ମ୍ୟାଚ୍‌ କିପରି ଶାନ୍ତିଶୃଙ୍ଖଳାରେ ଶେଷ ହେବ ତାହା ଉପରେ ପୁଲିସ ଅଧିକ ଗୁରୁତ୍ଵ ଦେଇଛି । ବାରବାଟୀରେ ପ୍ରବଳ ବିଶୃଙ୍ଖଳା ଯୋଗୁ ମ୍ୟାଚ ବାତିଲ ହେବା ପରେ ପ୍ରଥମ ଥର ଲାଗି ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହା ପୁଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି ।
ସୂଚନା ମୁତାବକ, ଚଳିତ ଥର ମ୍ୟାଚ ପାଇଁ ପ୍ରାୟ ୪୦ ହଜାର ଟିକେଟ ବିକ୍ରି ହେବାର ସମ୍ଭାବନା ରହିଛି । ଡିସେମ୍ବର ୫ରୁ ଅନ୍‌ଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବ । ଡିସେମ୍ବର ୧୯ରୁ ଅଫଲାଇନରେ ଟିକେଟ ବିକ୍ରି ହେବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More