ଭୁବନେଶ୍ୱର : ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ମହିଳା ଟି-୨୦ ବିଶ୍ଵକପରେ ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରିଛି ଭାରତ I ଏହା ଭାରତର କ୍ରମାଗତ ୪ଥ ବିଜୟ I ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୧୩ ରନ୍ କରିବାରେ ସମର୍ଥ ହୋଇଥିଲା । ଭାରତୀୟ ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁ ଶ୍ରୀଲଙ୍କା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହିତ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା । ୧୧୪ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ମହିଳା ଦଳ ୧୪.୪ ଓଭରରେ ୩ ୱିକେଟ ବିନିମୟରେ ୧୧୬ ରନ୍ ସଂଗ୍ରହ କରିନେଇଛି।