ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ I ଟିମ୍ ଇଣ୍ଡିଆ ଦିନିକିଆ ସିରିଜରୁ ଶ୍ରୀଲଙ୍କା ବିପକ୍ଷ ଅଭିଯାନ ଆରମ୍ଭ କରିବ । ଏଥିପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି। ଉଭୟ ଭାରତ ଓ ଶ୍ରୀଲଙ୍କା ପାଇଁ ଏହି ସୀମିତ ଓଭର ସିରିଜ ବହୁତ ଗୁରୁତ୍ବପୂର୍ଣ୍ଣ । କାରଣ ଟି-୨୦ ବିଶ୍ବକପ୍ ପୂର୍ବରୁ ଏହି ସିରିଜରେ ଖେଳାଳି ମାନେ ଛାପ ଛାଡ଼ି ବିଶ୍ବକପ୍ ଦଳରେ ସ୍ଥାନ ପାଇବା ପାଇଁ ଜୋରଦାର ପ୍ରୟାସ କରିବେ । ଆର ପ୍ରେମଦାସା ଷ୍ଟାଡିୟମ୍ରେ ଅପରାହ୍ଣ ୩ଟା ସମୟରେ ଏହି ମ୍ୟାଚ୍ ଆରମ୍ଭ ହେବ I ଶିଖର ଧାୱନଙ୍କ ନେତୃତ୍ୱରେ ଏକ ଯୁବ ଦଳ ସମ୍ପ୍ରତି ଶ୍ରୀଲଙ୍କା ଗସ୍ତ କରିଛି । ରାହୁଲ ଦ୍ରାବିଡ କୋଚ୍ ନିଯୁକ୍ତ ହୋଇଛନ୍ତି । ତେଣୁ ଏହି ସିରଜରେ ଉଭୟ ଶିଖର ଧାୱନ ଏବଂ ରାହୁଲ ଦ୍ରାବିଡଙ୍କ ଉପରେ ସମସ୍ତଙ୍କ ନଜର ରହିବ I ଅନ୍ୟପଟେ ପୃଥ୍ଵୀ ସ ଧାଓ୍ଵନଙ୍କ ସହ ଓପନିଂ କରିବା ର ଦେଖିବାକୁ ମିଳିବ I