ଭୁବନେଶ୍ୱର : ଆସନ୍ତା ୧୨ତାରିଖରୁ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ । ତେଣୁ ଏହି ସିରଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି I ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟି-୨୦ ମ୍ୟାଚରେ ଆହତ ହେବା କାରଣରୁ ଟେଷ୍ଟ ଓ ଦିନିକିଆ ସିରିଜରୁ ବାଦ୍ ପଡିଥିବା ଭାରତୀୟ ଓପନର ରୋହିତ ଶର୍ମାଙ୍କୁ ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ୍ ଦିଆଯାଇଛି । ସେହିପରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଓପନର ଶିଖର ଧାୱନ ଓ ପେସ୍ ବୋଲର ଭୁବନେଶ୍ୱର କୁମାର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
୧୨ ତାରିଖରେ ଧର୍ମଶାଳାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବାକୁ ଥିବାବେଳେ ୧୫ତାରିଖ ଲକ୍ଷନୌରେ ଦ୍ୱିତୀୟ ଦିନିକ ଏବଂ ୧୮ତାରିଖ କୋଲକାତାରେ ତୃତୀୟ ମ୍ୟାଚ୍ ଅନୁଷ୍ଠିତ ହେବ ।
ଭାରତୀୟ ଦଳ : ଶିଖର ଧାୱନ, ପୃଥ୍ୱୀ ଶ, ବିରାଟ କୋହଲି (ଅଧିନାୟକ), ଲୋକେଶ ରାହୁଲ, ମନୀଷ ପାଣ୍ଡେ, ଶ୍ରେୟାସ ଆୟର, ରିଶଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡ଼େଜା, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ, ଜଶପ୍ରୀତ୍ ବୁମ୍ରା, ନବଦୀପ ସାଇନି, କୁଲଦୀପ ଯାଦବ, ଶୁବମନ ଗିଲ ।