ଦ୍ୱିତୀୟ ଟେଷ୍ଟକୁ ନ୍ୟୁଜିଲାଣ୍ଡ ଭାରତକୁ ୭ ଉଇକେଟରେ ହରାଇବା ସହ ସିରିଜକୁ ୨-୦ରେ କବ୍ଜା କରିନେଇଛି

0

ଭୁବନେଶ୍ୱର : ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ୍ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୭ ଉଇକେଟରେ ପରାସ୍ତ କରିଛି I ଘରୋଇ ଦଳ ଏହି ସିରିଜ୍‌କୁ ୨-୦ରେ ଜିତି ଯାଇଛି । କାଇଲ ଜେମିସନ୍‌ଙ୍କୁ ‘ମ୍ୟାନ୍‌ ଅଫ୍ ଦ ମ୍ୟାଚ୍’ ଦିଆଯାଇଥିବା ବେଳେ ଟିମ୍ ସାଉଦୀଙ୍କୁ ‘ମ୍ୟାନ୍ ଅଫ୍ ଦ ସିରିଜ୍‌’ ଦିଆଯାଇଛି । ପ୍ରଥମ ଇନିଂସରେ ଭାରତ ୨୪୨ ରନ୍‌ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୨୩୫ ରନ୍‌ କରିବାରେ ସଫଳ ହୋଇଥିଲା । ୨ୟ ଇନିଂସରେ ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୨୪ ରନ୍‌ରେ ସୀମିତ ରହିଥିଲା । ଫଳରେ ୧୩୨ ରନ୍‌ର ବିଜୟଲକ୍ଷ୍ୟକୁ ଘରୋଇ ଦଳ ମାତ୍ର ୩ ୱିକେଟ୍‌ ହରାଇ ହାସଲ କରିନେଇଛି । ଟମ୍‌ ଲଥାମ ୫୨ ଏବଂ ଟମ୍‌ ବ୍ଲଣ୍ଡେଲ ୫୫ ରନ୍‌ କରି ପ୍ରଥମ ୱିକେଟରେ ୧୦୩ ରନ୍‌ ଯୋଡ଼ି ଦଳର ବିଜୟକୁ ସହଜ କରିଦେଇଥିଲେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More