ଆଜି ଭାରତ – ଇଂଲଣ୍ଡ ପ୍ରଥମ ଦିନିକିଆ

0

ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ପ୍ରଥମ ଦିନିକିଆ । ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଆଜି ପ୍ରଥମ ମ୍ୟାଚ୍‌ ପୁନେ ଠାରେ ଖେଳା ଯିବ । ଦିନିକିଆ ଚମ୍ପିଆନ୍ ଇଂଲଣ୍ଡ ବିଶ୍ବର ୧ନଂ ସ୍ଥାନରେ ରହିଥିବାବେଳେ ଭାରତ ୨ନଂ ସ୍ଥାନରେ ରହିଛି । ତେଣୁ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ବିରାଟ କୋହଲିଙ୍କ ଟିମ୍‌ ଲକ୍ଷ୍ୟ ରଖିଛି I କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ୩ଟି ମ୍ୟାଚ ବିନା ଦର୍ଶକରେ ହେବ I

ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି(ଅଧିନାୟକ), ଶ୍ରେୟାସ ଆୟର, ରିଶଭ ପନ୍ତ, ଲୋକେଶ ରାହୁଲ/କୃନାଲ ପାଣ୍ଡ୍ୟା/ୱସିଂଟନ ସୁନ୍ଦର, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ସର୍ଦୁଲ ଠାକୁର, ୟୁଝବେନ୍ଦ୍ର ଚହଲ/କୁଲଦୀପ ଯାଦବ, ଟି ନଟରାଜନ ।

ସମ୍ଭାବ୍ୟ ଇଂଲଣ୍ଡ ଦଳ: ଜାସନ ରୟ, ଜନି ବେୟାରଷ୍ଟୋ, ବେନ ଷ୍ଟୋକ୍ସ, ଇୟନ ମୋର୍ଗାନ(ଅଧିନାୟକ), ଜୋସ ବଟଲର, ସାମ ବିଲିଙ୍ଗ୍‌ସ, ମୋଇନ ଅଲି/ଲାଏମ ଲିଭିଙ୍ଗ୍‌ଷ୍ଟୋନ, ସାମ କୁରାନ/ଟମ କୁରାନ, ଆଦିଲ ରସିଦ, ରିସ ଟପଲି, ମାର୍କ ଉଡ୍‌

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More