ଭୁବନେଶ୍ୱର : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆରମ୍ଭ ହୋଇଯାଇଛି । ଟସ୍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ କରିବା ନିଷ୍ପତ୍ତି ନେଇ ପଡ଼ିଆକୁ ଓହ୍ଲାଇଛି । ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ୍ ୱାର୍ଣ୍ଣର ଓ ଆରନ୍ ଫିଞ୍ଚ ଭାରତୀୟ ବୋଲରଙ୍କୁ ମୁକାବିଲା କରିବା ଆରମ୍ଭ କରିଛନ୍ତି । ପ୍ରଥମ ମ୍ୟାଚରେ ସିଡନି କ୍ରିକେଟ୍ ଗାଉଣ୍ଡରେ ଅଷ୍ଟ୍ରେଲିଆ ଭାରତକୁ ୬୬ ହରାଇ ୩ ମ୍ୟାଚ୍ ଶୃଙ୍ଖଳାରେ ୧-୦ ଆଗରେ ରହିଥିବାବେଳେ ଆଜିର ମ୍ୟାଚଟି ଭାରତ ପାଇଁ କର ବା ମର’ ସ୍ଥିତି ସୃଷ୍ଟି କରିଛି I ସେହିପରି ଅଷ୍ଟ୍ରେଲିଆ ଆଜିର ମ୍ୟାଚ କୁ ଜିତି ସିରିଜକୁ ହାତେଇବା ଲକ୍ଷରେ ରହିଛି I ବର୍ତ୍ତମାନ ୩୩ ଓଭର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ତାର ମୂଲ୍ୟବାନ ଦୁଇ ଉଇକେଟ ହରାଇ ୨୦୯ ରନ ସଂଗ୍ରହ କରିଛି I