ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ସିଡନୀ ଟେଷ୍ଟରେ ଘରୋଇ ଅଷ୍ଟ୍ରେଲିଆ ଦଳ ପ୍ରଥମ ଇନିଂସ୍ରେ ୯୪ ରନ୍ର ଅଗ୍ରଣୀ ଲାଭ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୬ ୱିକେଟ୍ ହରାଇ ୩୧୨ ରନ୍ କରିବା ପରେ ପାଳି ଘୋଷଣା କରିଥିଲା । ଦଳ ୬ ଓ୍ୱିକେଟ୍ ବିନିମୟରେ ୩୧୨ ରନ୍ କରିବା ସହ ଭାରତଠୁ ୪୦୭ ରନରେ ଆଗୁଆ ରହିଛି । ଫଳରେ ଭାରତ ଆଗରେ ବିଜୟ ପାଇଁ ୪୦୭ ରନ୍ ଟାର୍ଗେଟ ରହିଛି ।
ସିଡନୀ ଟେଷ୍ଟର ଦ୍ଵିତୀୟ ଦିନରେ ସୁବିଧା ଜନକ ସ୍ଥିତିରେ ଥିବା ଭାରତ ନିଜ ବ୍ୟାଟସମ୍ୟାନଙ୍କ ନିରାଶଜନକ ପ୍ରଦର୍ଶନ କାରଣରୁ ତୃତୀୟ ଦିନ ସୁଦ୍ଧା ସଙ୍କଟଜନକ ସ୍ଥିତିରେ ରହିଥିଲା । ଭାରତ ନିଜର ପ୍ରଥମ ଇନିଂସରେ ୨୪୪ ରନରେ ଅଲଆଉଟ୍ ହେବା ପରେ ଅଷ୍ଟ୍ରେଲିଆ ଦ୍ଵିତୀୟ ଇନିଂସରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୨ ଓ୍ଵିକେଟ୍ ହରାଇ ୧୦୩ ରନ କରିଥିଲା । ଏହାପରରେ ଚତୁର୍ଥ ଦିନରେ ଦଳ ୩୧୨ ରନ୍ କରି ପାଳି ଘୋଷଣା କରିଛି । ଏହାସହ ଭାରତଠୁ ୪୦୭ ରନରେ ଆଗରେ ରହିଛି । ଭାରତକୁ ଜିତିବା ପାଇଁ ହେଲେ ୪୦୭ ରନ୍ କରିବାକୁ ହେବ ।
ତେବେ ବର୍ତମାନ ଭାରତ ୨୨.୧ ଓଭର ଖେଳ ଶେଷ ସୁଦ୍ଧା ୧ ଉଇକେଟ ହରାଇ ୭୧ ରନ କରି ଖେଳୁଛି I