ଆସନ୍ତା ଫେବ୍ରୁଆରୀ ୬ରେ ଦେଶବ୍ୟାପୀ ଚାଷୀ ଆନ୍ଦୋଳନ : ଭାରତ ବନ୍ଦ

0

ଆସନ୍ତା ୬ ତାରିଖରେ କୃଷକ ସଂଗଠନ ପକ୍ଷରୁ ଦେଶବ୍ୟାପୀ ଚାଷୀ ଆନ୍ଦୋଳନ କରିବ I ଏନେଇ ଭାରତୀୟ କିସାନ ୟୁନିୟନ ନେତା ବଲ୍‌ବୀର ସିଂହ ରାଜେୱାଲ ଏହି ଘୋଷଣା କରିଛନ୍ତି । ହରିୟାଣା ପାର୍ଶ୍ୱରେ ଥିବା ସିଂଘୁ ସୀମାନ୍ତରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ କୃଷକ ସଂଗଠନର ନେତାମାନେ ନିଜର ମତ ରଖି କହିଛନ୍ତି କି ସେମାନେ ଫେବ୍ରୁଆରି ୬ ତାରିଖରେ ମଧ୍ୟାହ୍ନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିବା ନିଷ୍ପତ୍ତି ନେଇଛନ୍ତି । ସୋମବାର ଆଗତ ହୋଇଥିବା ବଜେଟରେ ଚାଷୀମାନେ ଅଭିଯୋଗ ଆଣିଛନ୍ତି ‌ଯେ ଚଳିତ ବଜେଟ୍‌ରେ କୃଷକମାନଙ୍କୁ ଅଣଦେଖା କରାଯାଇଛି । ୩ଟି ଯାକ କୃଷି ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଚାଷୀମାନଙ୍କର ଏକମାତ୍ର ଦାବି ହୋଇଥିବାରୁ ଅନ୍ୟ କୌଣସି ସ୍ଥିତିରେ ସେମାନେ ଆନ୍ଦୋଳନରୁ ଓହରିବେନି ବୋଲି ପୂର୍ବରୁ କରିଥିବା ଦାବିକୁ ପୁଣିଥରେ ଦୋହରାଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More