ଜମ୍ମୁ – କଶ୍ମୀରର ରାଜୌରି ଜିଲ୍ଲା ଅନ୍ତର୍ଗତ ସୁନ୍ଦରବନୀ ସେକ୍ଟର୍ରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ I ଫଳରେ ଭାରତୀୟ ସେନାର ଦୁଇଜଣ ଯବାନ ସହିଦ ହୋଇଛନ୍ତି । ପାକିସ୍ତାନୀ ସୈନିକମାନଙ୍କ ଗୁଳି ଚାଳନା ଯୋଗୁଁ ନାଏକ ପ୍ରେମ ବାହାଦୁର ଖତ୍ରି ଏବଂ ରାଇଫଲ୍ମ୍ୟାନ୍ ସୁଖବୀର ସିଂହ ସାଙ୍ଘାତିକ ଆହତ ହୋଇଥିଲେ । ପରେ ସେମାନଙ୍କର ଦେହାନ୍ତ ହୋଇଥିବା କଥା ଜମ୍ମୁସ୍ଥିତ ପ୍ରତିରକ୍ଷା ଜନସମ୍ପର୍କ ଅଧିକାରୀ କହିଛନ୍ତି ।