୬୯ ତମ ସାଧାରଣତନ୍ତ୍ର ଦିବସକୁ ନେଇ ପୁରା ଦେଶ ଉତ୍ସବମୁଖର, ଦିଲ୍ଲୀ ରାଜପଥରୁ ବିଶ୍ୱ ଦେଖିଲା ଭାରତର ଶୌର୍ଯ୍ୟ, ଶକ୍ତି ଓ ପରାକ୍ରମ

0

ଆଜି ପୁରା ଦେଶ ପାଳନ କରିଛି ୬୯ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଦିଲ୍ଲୀ ରାଜପଥରେ ପ୍ରଦର୍ଶନ ହୋଇଛି ଭବ୍ୟ ପରେଡ, ଶୋଭାଯାତ୍ରାରେ ଝଲକ ଦେଖାଇଛି ଭାରତର ତିନି ସେନା, ଜବାନ , ବ୍ରାହ୍ମୋସରୁ ନେଇ ଟି ୭୦ ଟ୍ୟାଙ୍କ । କେବଳ ସେତିକି ନୁହଁ ଏହା ସହିତ ପୁରା ବିଶ୍ୱ ଆଜି ଦିଲ୍ଲୀ ରାଜପଥରେ ଭାରତର ଶୌର୍ଯ୍ୟ, ଶକ୍ତି ଓ ପରାକ୍ରମକୁ ଦେଖିଛି । ଆକାଶ ମାର୍ଗରୁ ସୁଖୋଇ ବିମାନର କୌଶଳ ପ୍ରଦର୍ଶନ କରିଥିଲ।। ଆକାଶର ଜାଗ୍ରତ ପ୍ରହରୀ କେମିତି ଓ କେତେ ଶକ୍ତିଶାଳୀ ତାହାର ଝଲକ ବି ଦେଖାଇ ଦେଇଛି ଏହି ସାଧାରଣତନ୍ତ୍ର ଦିବସ । ଏହାକୁ ଦେଖିବାକୁ ସାମିଲ ହୋଇଥିଲେ ଲକ୍ଷାଧିକ ଜନତ।। ଆଖି ଆଗରେ ଚାଲି ଯାଉଥିଲା ଭବ୍ୟ ପରେଡର ପ୍ଲାଟୁନ୍ । ଅତି ମନମୁଗ୍ଧକର ଶୋଭା ଦେଖିବା ଲୋକର ପାଦକୁ ବି ଅଟକାଇ ଦେବ, ଆଖି ପଲକ ବି କ୍ଷଣକ ପାଇଁ ଅଟକି ଯିବା ଏହା ହିଁ ତ ହେଉଛି ଆମ ଭାରତୀୟ ଅସ୍ମିତାର ଶୋଭ।। ପରେଡ ଆରମ୍ଭ ହୋଇ ଦିଲ୍ଲୀ ରାଜପଥରେ ଆଗେଇ ଚାଲିିଥିଲ।। ଅଭିବାଦନ ଗ୍ରହଣ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଜପଥରେ ନିଜର ଦମ୍ ଦେଖାଉଥିଲା ଭାରତା ଗୋଟିଏ ପରେ ଗୋଟିଏ ପ୍ଲାଟୁନ୍ ପରେଡ୍ , ଏନସିସି , ସ୍କାଉଟ୍ ଗାଇଡ୍ ଠାରୁ ଆରମ୍ଭ କରି ତିନି ସେନାର ଜବାନ , କମାଣ୍ଡୋ ସବୁ ସାମିଲ୍ ହୋଇଥିଲେ ପରଡେରେ । ଏହା ପରେ ପରେ ରାଜପଥରେ ପରେଡକୁ ଆସିଥିଲା ଯୁଦ୍ଧ ଟ୍ୟାଙ୍କ, ହତିଆର, ସୈନ୍ୟ ର ବିଭିନ୍ନ ଝାଙ୍କି । ଚଳିତ ବର୍ଷ ଏହି ପରେଡରେ ଅତିଥୀ ଭାବେ ସାମିଲ ହୋଇଥିଲେ ଏସିଆନ୍ ଦେଶ ଗୁଡିକର ମୁଖ୍ୟ ।
ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାୟୁସେନା ଗରୁଡ କମାଣ୍ଡୋ ଜ୍ୟୋତି ପ୍ରକାଶ ନିରାଲାଙ୍କୁ ମରଣୋତ୍ତର ଅଶୋକ ଚକ୍ର ସମ୍ମାନ ପ୍ରଦାନ କରିଥିଲୋ ଏହି ଅବସରରେ ବେଶ୍ ଭାବବିହ୍ୱଳ ହୋଇପଡିଥିଲେ ରାଷ୍ଟ୍ରପତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More