ଭାରତ- ବାଂଲାଦେଶ ଟେଷ୍ଟ : ଐତିହାସିକ ବିଜୟ ଦ୍ୱାରରେ ଭାରତ

0

ଇଡେନ ଗାର୍ଡେନରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପିଙ୍କ୍ ବଲ ଟେଷ୍ଟରେ ଭାରତ ବିଜୟର ଦ୍ୱାର ଦେଶରେ ପହଂଚିଛି । ଭ୍ରମଣକାରୀ ବାଂଲାଦେଶ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୬ ୱିକେଟ ହରାଇ ୧୫୨ ରନ୍ କରି ପାଳି ପରାଜୟ ଆଡକୁ ମୁହାଁଇଛି । ବାଂଲାଦେଶ ହାତରେ ଏବେ ୪ ୱିକେଟ ଥିଲା ବେଳେ ଦଳ ଏବେ ବି ଭାରତର ପ୍ରଥମ ପାଳି ସ୍କୋର ଠାରୁ ୮୯ ରନ ଦୂରରେ ରହିଛି । ଏବେ ଏହି ଐତିହାସିକ ମ୍ୟାଚ ବିଜୟ ଠାରୁ ଭାରତ ମାତ୍ର ୪ ୱିକେଟ ଦୂରରେ ଅଛି ।
ସୂଚନା ଯୋଗ୍ୟ, ଶୁକ୍ରବାର ଟସ୍‍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ବାଂଲାଦେଶ ପ୍ରଥମ ଇନିଂସରେ ୧୦୬ ରନ୍ କରି ଅଲ ଆଉଟ ହୋଇଯାଇଥିଲା । ଭାରତ ବ୍ୟାଟିଂ କରି ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ ହରାଇ ୧୭୪ ରନ ସଂଗ୍ରହ କରିଥିଲା । ଆଜି ଭାରତ ପ୍ରଥମ ଦିନର ଅସମାପ୍ତ ଇନିଂସ ୧୭୪/୩ ରୁ ଖେଳ ଆରମ୍ଭ କରିଥିଲା । ଭାରତ ୯ୱିକେଟ ହରାଇ ୩୪୭ରନ କରି ତାର ପ୍ରଥମ ପାଳି ଘୋଷଣା କରିଥିଲା ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More