ଭାରତ – ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚ : ଇନ୍ଦୋରରେ ଭାରତର ଦମଦାର ବିଜୟ

0

ଇନ୍ଦୋରର ହୋଲକର ଷ୍ଟାଡିୟମରେ ଅନୁଷ୍ଠିତ ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟରେ ଭାରତ ଦମଦାର ପ୍ରଦର୍ଶନ କରିଛି I ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଇନିଂସ ଓ ୧୩୦ ରନରେ ବଡ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ପ୍ରଥମ ଟେଷ୍ଟ ମାତ୍ର ଅଢ଼େଇ ଦିନରେ ଶେଷ ହୋଇଛି। ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନକୁ ଆଧାର କରି ବିରାଟ୍ ବାହିନୀ ବାଂଲାଦେଶକୁ ଇନିଂସ୍ ଓ ୧୩୦ ରନରେ ପରାସ୍ତ କରିଛି । ପ୍ରଥମ ଟେଷ୍ଟର ୩ୟ ଦିନରେ ଭାରତ ୪୯୩/୬ରେ ପ୍ରଥମ ଇନିଂସ ଘୋଷଣା କରିଥିଲା ୨ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୬ ୱିକେଟ ହରାଇ ୪୯୩ ରନ୍‌ ସଂଗ୍ରହ କରିଥିଲା । ଶନିବାର ୩ୟ ଦିନ ଖେଳ ଆରମ୍ଭ ହେବା ପୂର୍ବରୁ ଭାରତ ପାଳି ଘୋଷଣା କରିଥିଲା । ଫଳରେ ଭାରତ ବାଂଲାଦେଶର ପ୍ରଥମ ଇନିଂସ(୧୫୦ରନ)ଠାରୁ ଭାରତ ୩୪୩ ରନରେ ଆଗୁଆ ରହିଥିଲା । ବାଂଲାଦେଶ ତାହାର ୨ୟ ଇନିଂସ ଖେଳ ଆରମ୍ଭ କରି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଜବାବରେ ବାଂଲାଦେଶ ୨୧୩ ରନ୍ କରି ଅଲ୍ ଆଉଟ ହୋଇ ଯାଇଥିଲା । ଏହି ବିଜୟ ସହ ଭାରତ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି । ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ନଭେମ୍ବର ୨୨ ତାରିଖରୁ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଆରମ୍ଭ ହେବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More