ଆସନ୍ତା କାଲି ଭାରତ – ବାଂଲାଦେଶ ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ : ଇଡେନ୍‌ରେ ବ୍ୟାପକ ପ୍ରସ୍ତୁତି

0

ଭୁବନେଶ୍ୱର : ଆସନ୍ତା କାଲି ଠାରୁ ଭାରତ ଓ ବାଂଲାଦେଶ ମଧ୍ୟରେ ୨ୟ ଟେଷ୍ଟମ୍ୟାଚ୍‌ ଆରମ୍ଭ ହେଉଥିବା ବେଳେ ଏହି ମ୍ୟାଚ୍ ଭାରତୀୟ କ୍ରିକେଟ ଇତିହାସରେ ସର୍ବପ୍ରଥମ ଦିବାରାତ୍ର ଟେଷ୍ଟମ୍ୟାଚ୍ ହେବ ଏବଂ ଏହା ପିଙ୍କ ବଲ୍‌​ରେ ଖେଳାଯିବ । ନାଲି ବଲ୍‌ ତୁଳନାରେ ଗୋଲାପି ବଲ୍‌ ଅଧିକ ସୁଇଂ କରିବ ବୋଲି କୁହାଯାଉଛି । ଏହି ଐତିହାସିକ ମ୍ୟାଚ୍ ପାଇଁ ଉଭୟ ଦଳର ଖେଳାଳି କଲକାତାରେ ପହଞ୍ଚିଛନ୍ତି । ବୁଧବାର ଉଭୟ ଭାରତ ଓ ବାଂଲାଦେଶର ଖେଳାଳି ଇଡେନ୍‌ରେ ଅଭ୍ୟାସ କରିଥିବା ବେଳେ ପିଚ୍‌କୁ ନେଇ କୌତୁହଳ ଲାଗିରହିଛି । ଦିବାରାତ୍ର ମ୍ୟାଚ୍‌ ଏବଂ ଗୋଲାପି ବଲ୍‌ କ୍ରିକେଟ ଉଭୟ ଦଳଙ୍କ ପାଇଁ ନୂଆ ହୋଇଥିବାରୁ ଏଥିରେ ପିଚ୍‌ର ବଡ଼ ଭୂମିକା ରହିଛି । ମ୍ୟାଚର ପ୍ରଥମ ଚାରିଦିନର ଟିକେଟ୍ ବିକ୍ରି ଶେଷ ହୋଇଛି I ତେବେ ଏହି ଟେ‌ଷ୍ଟ୍‌ ପୂର୍ବରୁ ଗୋଲାପି ବଲ୍‌ ମ୍ୟାଚ୍‌ରେ ଦ୍ରୁତ ବୋଲର ନା ସ୍ପିନର ଅଧିକ ସଫଳତା ପାଇଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More