ଆଜି ଭାରତ – ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବ । ଭାରତ ପ୍ରଥମ ଦିନିକିଆକୁ ୭ ୱିକେଟ୍ରେ ଜିତିବା ପରେ ସିରଜ ହାତେଇବା ଲକ୍ଷରେ ପଡିଆକୁ ଓଲ୍ହାଇବ I ଅନ୍ୟ ପଟରେ ଆଜି ଘରୋଇ ଦଳ ପାଇଁ ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ସିରିଜକୁ ଫେରିବାକୁ ହେଲେ ବିଜୟ ନିହାତି ଜରୁରୀ । ତେଣୁ ଆଜିର ମ୍ୟାଚରେ ଉଭୟ ଦଳ ଭଲ ପ୍ରଦର୍ଶନ କରିବାଉ ଚେଷ୍ଟା କରିବେ I ଉକ୍ତ ମ୍ୟାଚରେ ବଡ଼ ସ୍କୋର ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।
ଶ୍ରୀଲଙ୍କା: ଅଭିଷ୍କା ଫର୍ଣ୍ଣାଣ୍ଡୋ, ମିନୋଦ ଭାନୁକା, ଭାନୁକା ରାଜାପାକ୍ସା, ଧନଞ୍ଜୟ ଡି ସିଲଭା, ଚରିଥ ଆସାଲାଙ୍କା, ଡାସୁନ ଶଣକା(ଅଧିନାୟକ), ୱାନିଣ୍ଡୁ ହାସାରାଙ୍ଗାଳ, ଚାମିକା କରୁଣାରତ୍ନେ, ଦୁଷ୍ମନ୍ତ ଚାମିରା, ଲକସନ ସନ୍ଦକନ, ଲାହିରୁ କୁମାରା ।
ଭାରତ: ପୃଥ୍ୱୀ ଶ’ ଶୀଖର ଧାୱନ (ଅଧିନାୟକ), ଇଶାନ କିଷନ, ମନୀଷ ପାଣ୍ଡେ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଦୀପକ ଚହର, କୁଲଦୀପ ଯାଦବ, ୟୁଝବେନ୍ଦ୍ର ଚହଲ ।