ଭୂବନେଶ୍ୱର ; ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ )ଅନ୍ତର୍ଗତ ନିଲାମ ଉପତ୍ୟକାରେ ଭାରତୀୟ ସେନାକୁ ବଡ ସଫଳତା ମିଳିଛି I ପାକ ସେନା ଦ୍ୱାରା ସୁନ୍ଦରବଣି ସେକ୍ଟରରେ ଅସ୍ତ୍ରବିରତି ଉଲଂଘନ କରାଯିବ ଜବାବରେ ଭାରତ ଦ୍ୱାରା ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଇଛି I ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପାକ ସିନ ଶନିବାର ୧୧ଟା ୩୦ ବେଳକୁ ସୁନ୍ଦରବଣି ସେକ୍ଟରରେ କେରି ବତାଲ ଅଂଚଳରେ ପ୍ରବଳ ମାତ୍ରାରେ ଟୋପା ମଦ ହୋଇଥିଲା I ଭାରତୀୟ ସେନା ବି ଏହାର ଜବାବ ଦେଇଥିଲା I ଏଥିରେ ପାକିସ୍ତାନର ୨ ଜଣ ସୈନିକ ନିହତ ହୋଇଥିଲେ I ସୀମାରେ ଉତେଜନା ବଢୁଥିବା ନେଇ ଦୁଇ ଦେଶ ପରସ୍ପରକୁ ଚେତାବନୀ ଦେବାର ଦିଙ୍କ ପରେ ଏପରି ଘଟଣା ଘଟିଛି I