ଆତଙ୍କବାଦ ମୁକାବିଲା ପାଇଁ ଆମେରିକାଠାରୁ ଆସୁଥିବା କୋଟି କୋଟି ଟଙ୍କାର ଅନୁଦାନ ବାଟମାରଣା ହୋଇଛି : ସ୍ୱୀକାର କଲେ ଇମ୍ରାନ ଖାଁ

0

ଭୁବନେଶ୍ୱର : ନିକଟରେ ଦକ୍ଷିଣ ଏସିଆରେ ଶାନ୍ତି ଓ ବିକାଶ ଶୀର୍ଷକ ଆନ୍ତର୍ଜାତୀୟ ସେମିନାରର ଯୋଗ ଦେଇ ଇମ୍ରାନ ଖାଁ ପ୍ରକଶ କରିଛନ୍ତି ଯେ , ଆମେରିକାର ବିଶ୍ୱ ବାଣିଜ୍ୟ ସଂଗଠନ ଉପରେ ଆତଙ୍କବାଦୀ ଆକ୍ରମଣର ମୁକାବିଲା କରିବା ପାଇଁ ଓ ଆତଙ୍କବାଦୀ ବିରୁଦ୍ଧରେ ଲଢେଇ କରିବା ପାଇଁ ପାକିସ୍ତାନକୁ ବିପୁଳ ପରିମାଣରେ ଅନୁଦାନ ଆମେରିକା ଯୋଗେଇ ଆସୁଥିଲା I ହେଲେ ପାକିସ୍ତାନ ସରକାର ସେଥିପ୍ରତି ଆଖି ବୁଜି ଦେଇ ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଇ ଆହୁରି ଶକ୍ତିଶାଳୀ କରିବାରେ ଲାଗିଲେ I ଯାହାଫଳରେ ଅର୍ଥର ଆଵଶ୍ୟକତା ପଡିଲା ଓ ସେହି ଅନୁଦାନ ଅର୍ଥ ଏଥିରେ ଖର୍ଚ୍ଚ ହେଲା I ଏହାକୁ ଚୁମ୍ବକରେ ସ୍ୱୀକାର କରିଛନ୍ତି ଇମ୍ରାନ ଖାଁ I ସେ ଆହୁରି କହିଛନ୍ତି ଆସୁଥିବା ଅନୁଦାନକୁ ଆମେ ଅନ୍ୟବାଟେ ଖର୍ଚ୍ଚ କରିବା ଫଳରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି I କାଶ୍ମୀର କୁ ନେଇ ସେ ଭାରତ ବିରୁଦ୍ଧରେ ବିଷୋଦ୍ଗାର କରିଥିଲେ I ଭାରତ ସରକାର କାଶ୍ମୀର ର ମାନବାଧିକାର ନୀତି ଉଲଂଘନ କରୁଛନ୍ତି ବୋଲି ସଫେଇ ଦେଇଥିଲେ I ଏହା ଦ୍ୱାରା ପାକିସ୍ତାନ ମଧ୍ୟ ପ୍ରଭାବିତ ହେଉଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More