ମୁଖ୍ୟମନ୍ତ୍ରୀ ସମ୍ବେଦନଶୀଳ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ସମ୍ବେଦନଶୀଳ । ପ୍ରବାସୀ ଓଡ଼ିଆ ବା ଶ୍ରମଜୀବୀ ଯେଉଁଠି ଅସୁବିଧାରେ ଅଛନ୍ତି, ସମସ୍ତେ coordinate କରୁଛନ୍ତି । control ରୁମ ଖୋଲିଛି । ମୁଖ୍ୟମନ୍ତ୍ରୀ ଗତକାଲି ପ୍ରବାସି ଓଡିଶା ସଂଗଠନଙ୍କୁ appeal କରିଛନ୍ତି ସାହାଯ୍ୟ ପାଇଁ । ଖର୍ଚ୍ଚ ରାଜ୍ୟ ସରକାର ଦେବେ । ଫୋନ ନମ୍ୱର ସହ ଆମେ ଦେଇଥିବା ନମ୍ବରକୁ କଲ କରାଯାଉଛି ଏହି ରୁମରୁ ।
11ଟା ରାଜ୍ୟର coordination ପାଇଁ IASଙ୍କୁ ଦାୟିତ୍ୱ ଦିଆଯାଇଛି । ବାକି ଅମିତାଵ ଠାକୁର ନିଜେ coordinate କରୁଛନ୍ତି । ସୁରତରେ କାଲି ବ୍ୟବସ୍ଥା କରାଯାଇଛି। ଆମେ ବାହାର ରାଜ୍ୟର ଓଡ଼ିଆ ଡେସ୍କ ସହ ସମନ୍ୱୟ ରଖୁଛୁ ।

କରୋନା ମୁକଳିଲା ପାଇଁ ସ୍ୱତନ୍ତ୍ର ଅଧିବେଶନ ଆସିପାରେ ଯେବେ ବିପଦ ବଢ଼ିବ । ଆଲୋଚନା ପାଇଁ ଭୟ ନାହିଁ । ଯାହା ନିଷ୍ପତ୍ତି ବାଚସ୍ପତି ନେବେ । ଗୃହ ବିଭାଗ କୋଟ୍ରୋଲ ରୁମରେ ବିଧାୟକମାନେ ପ୍ରବାସି ଓଡ଼ିଆଙ୍କ ସମ୍ପର୍କରେ ଆଲୋଚନା କରୁଛନ୍ତି । ଯାହା ପାଖକୁ ବି ଫୋନ ଆସୁଛି, ସେ କଣ୍ଟ୍ରୋଲ ରୁମ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଜଣାଉଛନ୍ତି । ହେଲେ ବିଭିନ୍ନ ସମୟରେ କଣ୍ଟ୍ରୋଲ ରୁମ ନମ୍ବର କାମ କରୁନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ।
ସେପଟେ କଣ୍ଟ୍ରୋଲ ରୁମକୁ କଲ center ମାଧ୍ୟମରେ ଚଳାଯାଉଛି। ଯାହାର monitoring କରୁଛନ୍ତି IG Operations ଅମିତାଭ ଠାକୁର । ଏଠାରେ ନିୟୋଜିତ ଲୋକ ଫୋନ ଯୋଗେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More