ICC ଟେଷ୍ଟ Ranking ତାଲିକା ପ୍ରକାଶ : ପୁଣି ଶୀର୍ଷରେ ବିରାଟ

0

ଭୁବନେଶ୍ୱର : ICC ଟେଷ୍ଟ Ranking ତାଲିକା ବୁଧବାର ପ୍ରକାଶ ପାଇଛି I ଆଉ ଏହି ତାଲିକାରେ ପୁଣି ଥରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ବିରାଟ କୋହଲି । ପ୍ରକଶାସିତ ତଥ୍ୟ ଅନୁଯାୟୀ ବିରାଟ କୋହଲି ୯୨୮ ଅଙ୍କ ସହ ତାଲିକାର ଶୀର୍ଷରେ ଥିବାବେଳେ ୯୧୧ ଅଙ୍କ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଷ୍ଟିଭ ସ୍ମିଥ । ପୂଜାରା ଗୋଟିଏ ସ୍ଥାନ ତଳକୁ ଖସି ୭୯୧ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ଓ ରାହାଣେ ଦୁଇଟି ସ୍ଥାନ ତଳକୁ ଖସି ୭୫୯ ଅଙ୍କ ସହ ନବମ ସ୍ଥାନରେ ରହିଛନ୍ତି । ସେହିପରି ବୋଲର ତାଲିକାରେ ଭାରତୀୟ ଦ୍ରୁତ ବୋଲର ଜସପ୍ରିତ ବୁମରାହ ୭୯୪ ଅଙ୍କ ସହ ଷଷ୍ଠ ସ୍ଥାନ କାଏମ ରଖିଛନ୍ତି । ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ୭୭୨ ଅଙ୍କ ଓ ମହମ୍ମଦ ସାମି କ୍ରମାଗତ ଭାବେ ନବମ ଓ ଦଶମ ସ୍ଥାନରେ ରହିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More