ବସ୍ତିରେ ଭୟାବହ ଅଗ୍ନିକାଣ୍ଡ

0

ବାନ୍ଦ୍ରା ରେଳ ଷ୍ଟେସନ ପାଖରେ ଥିବା ବସ୍ତିରେ ଭୟଙ୍କର ନିଆଁ ଲାଗି ହୁ ହୁ ହୋଇ ଜଳୁଛି । ଏହି ଭୟାବହ ଅଗ୍ନିକାଣ୍ଡକୁ ଲିଭାଇବା ପାଇଁ ୧୬ ଟି ଦମକଳ ଗାଡି ସହିତ ୧୭ଟି ଟ୍ୟାକରଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଏହି ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ କୌଣସି ମୃତାହତର ରିପୋର୍ଟ ମିଳିନାହିଁ । ତଥାପି ୩ ଟି ଆମ୍ବୁଲାନ୍ସକୁ ଘଟଣାସ୍ଥଳରେ ରଖାଯାଇଛି । ନିଆଁର ପ୍ରଭାବ ଏତେ ଅଧିକ ରହିଛି ଯେ , ବାନ୍ଦ୍ରା ଷ୍ଟେସନ ଫୁଟ୍ ଓଭରବ୍ରିଜ୍ କୁ ମଧ୍ୟ ପ୍ରଭାବିତ କରିଛି । ଏହି ବସ୍ତି ବାନ୍ଦ୍ରାର ପୂର୍ବରେ ଥିବା ବେହରାମପଡାରେ ରହିଛି । ଯାହା ଫଳରେ , ଏହି ଅଗ୍ନିକାଣ୍ଡ କାରଣରୁ ବାନ୍ଦ୍ରା-ଅନେ୍ଧରୀ ଲୋକାଲ ସେବାକୁ ବନ୍ଦ କରିଦିଆଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More