ମାଟ୍ରିକ ଖାତା ଦେଖା ଆରମ୍ଭ

0

ଭୁବନେଶ୍ୱର : ଆଜିଠୁ ମାଟ୍ରିକ ଖାତା ଦେଖା ଆରମ୍ଭ ହୋଇଯାଇଛି I ରାଜ୍ୟର ୬୧ ଟି ମୂଲ୍ୟାୟନ କେନ୍ଦ୍ରରେ ଚାଲିଛି ଖାତା ଦେଖା . କରୋନାକୁ ନେଇ ମୂଲ୍ୟାୟନ କେନ୍ଦ୍ରରେ ବ୍ୟାପକ ପ୍ରତିଶୋଧମୂଳକ ପଦକ୍ଷପ ଗ୍ରହଣ କରାଯାଇଛି . ୩ଟି ପର୍ଯାୟରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମୂଲ୍ୟାୟନ କେନ୍ଦ୍ରକୁ ଯିବେ I ସକାଳ ୮:୩୦, ୯:୩୦ ଏବଂ ୧୦:୩୦ ଭିନ୍ନ ଭିନ୍ନ ସିଫ୍ଟରେ ପହଂଚିବେ ମୂଲ୍ୟାୟନକାରି I ଏଥର ଖାତା ଦେଖିବେ ୧୬ ହଜାରରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ . ଚଳିତବର୍ଷ ୨୮୮୮ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୬୦ ହଜାର ୯୦୫ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ I ନିର୍ଧାରିତ ସମୟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More