ଘର ତିଆରି ହେବ ମହଙ୍ଗା; ୫୦ଟଙ୍କା ବଢ଼ିବ ସିମେଣ୍ଟ ଦାମ୍‌ !

0

ନୂଆଦିଲ୍ଲୀ: ଦେଶରେ ସିମେଣ୍ଟ ଦାମ୍ ବଢ଼ିବାର ଆଶଙ୍କା କରାଯାଉଛି । ଏହି ମାସରେ ସିମେଣ୍ଟ ବ୍ୟାଗ୍‌ ପ୍ରତି ୨୫ରୁ ୫୦ଟଙ୍କା ଯାଏ ବୃଦ୍ଧି ପାଇବ ବୋଲି କୁହାଯାଉଛି । ୟୁକ୍ରେନ୍‌ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଯୋଗୁ କମ୍ପାନୀଗୁଡ଼ିକ ବର୍ତ୍ତମାନ ସିମେଣ୍ଟ ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ସିମେଣ୍ଟ ଦର ବୃଦ୍ଧି ଯୋଗୁ ସାଧାରଣ ଲୋକ ଘର ନିର୍ମାଣ କରିବାରେ ଅସୁବିଧାର ସମ୍ମୁଖିନ ହେବେ । ସିମେଣ୍ଟ ଦରକୁ ନେଇ ରେଟିଂ ଏଜେନ୍ସି କ୍ରିସିଲ କହିଛି ମାତ୍ର ଗତ ୧ ବର୍ଷ ମଧ୍ୟରେ ସିମେଣ୍ଟ ବ୍ୟାଗ ମୂଲ୍ୟ ୩୯୦କୁ ବୃଦ୍ଧି ପାଇଛି । ପୁଣି ବର୍ତ୍ତମାନ ସିମେଣ୍ଟ ଦର ବୃଦ୍ଧି ପାଇଲେ ଏହା ୪୧୫ରୁ ୪୩୫ ଟଙ୍କାକୁ ବୃଦ୍ଧି ପାଇବ ।

ରୁଷ ଓ ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ଗତ ମାର୍ଚ୍ଚ ମାସରେ ତୈଳ ଓ କୋଇଲା ଦର ଅହେତୁକ ବୃଦ୍ଧି ପାଇଛି । ତୈଳ ଦର ବ୍ୟାରେଲ ପିଛା ୧୧୫ ଡଲାର ଅତିକ୍ରମ କରିଛି । ରୁଷ ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ଇଣ୍ଡୋନେସିଆର କୋଇଲା ରପ୍ତନି ଉପରେ ପ୍ରଭାବ ପଡ଼ିଛି । କୋଇଲା ରପ୍ତନି ଉପରେ ନିଷେଧାଦେଶ ଯୋଗୁ ସିମେଣ୍ଟ ଚାହିଦା ବଢ଼ିବାରେ ଲାଗିଛି । ତାହା ସହ ପରିବହନ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି । ତେଣୁ ଦେଶରେ ସିମେଣ୍ଟ ଦାମ୍‌ ବୃଦ୍ଧି ପାଇବା ନେଇ କୁହାଯାଉଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More