ଆଜିର ରାଶିଫଳ
ମେଷ : ନୂଆ ବରଷର ପହିଲି ଦିନରେ ଚନ୍ଦ୍ର ଏକାଦଶ ସ୍ଥାନରେ ଅର୍ଥ ଓ ସମ୍ମାନ ପ୍ରଦାନ କରିବେ । ନୂଆ ନୂଆ ଯୋଜନା ମାଧ୍ୟମରେ ବ୍ୟବସାୟରେ ଶାଖା ପ୍ରଶାଖା ଖୋଲିବାର ସମ୍ଭାବନା ରହିଛି । ପାରିବାରିକ କ୍ଷେତ୍ରର ଅସଜଡା ପରିସ୍ଥିତି କେତେକାଂଶରେ ଆପଣଙ୍କ ମାନସିକ ସ୍ତରକୁ ଶିଥିଳ କରିପାରେ । ବନ୍ଧୁ ମିଳନ ସଙ୍ଗକୁ ଭ୍ରମଣ ସକାଶେ ମନ ବଳାଇ ପାରନ୍ତି ।
ବୃଷ : ଭାଗ୍ୟସ୍ଥାନରେ ଶୁକ୍ର ଆପଣଙ୍କ ପରିଜନ ସହ ଯାତ୍ରା,ସୁସ୍ବାଦୁ ଭୋଜନାଦି ପ୍ରଦାନ କରି ଆନନ୍ଦ ଦାନ କରିବ । ଅଫିସରେ ଭଲ୍ ସମ୍ପର୍କ ଥିବା ବନ୍ଧୁମାନେ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କ ନିକଟରୁ ଦୂରେଇ ରହିଲା ଭଳି ଅନୁଭବ କରିପାରନ୍ତି । ବ୍ୟବସାୟ, ଅର୍ଥ ସମ୍ପର୍କୀୟ କଥା,ପରିବାରିକ କ୍ଷେତ୍ରରେ ସୁଖ ହେତୁ ଏକ ପ୍ରକାର ଆତ୍ମତୃପ୍ତି ଲାଭ କରିବେ ।
ମିଥୁନ : ଆପଣଙ୍କ ରାଶିକୁ ଏକାଧିକଗ୍ରହ ଅବଲୋକନ କରୁଥିବାରୁ ଆପଣଙ୍କୁ ସାମଗ୍ରୀକ ସୁଖ, ସମ୍ମାନ, ଅର୍ଥ, ଓ ମିଷ୍ଠାନାଦି ପ୍ରାପ୍ତ କରାଇବେ । ବନ୍ଧୁଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ମନୋର କାର୍ଯ୍ୟକ୍ରମରେ ଯୋଗ ଦେଇ ଖୁସୀ ରହିବେ । ସମସ୍ୟା ମଧ୍ୟରେ ଅଟକି ରହିଯାଇଥିବା କାର୍ଯ୍ୟଗୁଡିକ ତ୍ୱରାନ୍ବିତ କରିବା ସକାଶେ ଆଲୋଚନା କରିପାରନ୍ତି ।
କର୍କଟ : ରାଶ୍ୟାଧିପ ଚନ୍ଦ୍ର ଅଷ୍ଟମରେ ଅବସ୍ଥାନ କରୁଥିବାରୁ ଦେହ ଓ ମନ ଏକ ସରଳରନେଖାରେ ଗତି କରିପାରିବେ ନାହିଁ । ଥଣ୍ଡା ଜନିତ ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଘଟିବାର ଆଶଙ୍କା ରହିଛି । ସଭାସମିତିରେ ଆଲୋଚନା, ସାଙ୍ଗଠନିକ ପ୍ରକ୍ରିୟା, ପ୍ରଶାସନିକ ତତ୍ପରତା, ଆନୁଷ୍ଠାନିକ କ୍ଷେତ୍ରରେ ଲୋକ ସମ୍ପର୍କ ଅକ୍ଷୁଣ୍ଣ ରହିବ ।
ସିଂହ : ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ଶତ୍ରୁ ଉପରେ କଡା ନଜର ରଖିବାକୁ ପଡିବ । ସଙ୍ଗୀତ ପ୍ରିୟହେବେ । ଭୋଗ-ବିଳାସ କରିପାରନ୍ତି । ଶୁଭରଙ୍ଗ ଧଳା ।
କନ୍ୟା : ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଉତ୍ଫୁଲ୍ଲିତ ହେବେ । ଅନ୍ୟାୟର ପ୍ରତିବାଦ କରିବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ସାଧନାରେ ସିଦ୍ଦି ପ୍ରାପ୍ତ ହେବେ ।
ତୁଳା : ପୈତୃକ ସମ୍ପତ୍ତି ପାଇବାକୁହକ୍ଦାରହେବେ । ଦ୍ରବ୍ୟ ନଷ୍ଟ ହେବାରସମ୍ଭାବନା ଅଛି । ସବୁବାଧା-ବିଘ୍ନକୁ ଏଡାଇ କର୍ମକ୍ଷେତ୍ରକୁ ସଫଳ ରୂପାୟନ କରିବାରେ ସକ୍ଷମ ହେବେ ।
ବିଛା : ମାନସିକ ସ୍ତରରେ ଶାନ୍ତିର ବାତାବରଣ ପ୍ରବାହିତ ହେବ । ସେବା ପରାୟଣ ହୋଇପାରନ୍ତି । ପୂଜ୍ୟପୂଜା ଉପରେ ଗୁରୁତ୍ୱ ଦେବେ । ହର୍ଷଯୁକ୍ତ ବିଶୁଦ୍ଧ ଭାଷୀ, ଧନଶଳୀ, ବହୁମୁକ୍ତାର ଅଧିକାରୀ ହେବେ
ଧନୁ : ରାଶିରେ ଗ୍ରହଣର କୁପ୍ରଭାବ ଜନିତ ସ୍ବାସ୍ଥ୍ୟ ସାମାନ୍ୟ ଗଡ୍ବଡ୍ ହେବା ସଙ୍ଗକୁ ମାନସିକ ଅସ୍ଥିରତା ଦେଖାଦେବା ତଥାପି କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ, ସମ୍ପର୍କୀୟମାନଙ୍କ ସଦ୍ଭାବ ଊଣା ହେବନାହିଁ। ଉତମ ବୁଝାମଣାରେ ଉନ୍ନତି ଘଟିବା ସଙ୍ଗକୁ ପରିବାରରେ ସୁଖ, ଶାନ୍ତି ଫେରି ଆସିବ। ସାମାଜିକ ସ୍ତରରେ କାର୍ଯ୍ୟଦକ୍ଷତାକୁ ନେଇ ବନ୍ଧୁ ପ୍ରଶଂସା କରିପାରନ୍ତି।
ମକର : ନୂଆ ବରଷରୁ ରାଶିରେ ବିଳାସକାରକ ଶୁକ୍ର ରାଶିରେ ଅବସ୍ଥାନ କରି ସାମଗ୍ରୀକ ସୁଖ, ସମ୍ମାନ ସହ ଦୀର୍ଘଦିନର ଅଭିଳାଷ ପୂରଣ କରିବେ। ଆର୍ଥିକ ପରିସ୍ଥିତିକୁ ସୁଧାରି ନେବା ସକାଶେ ବିଭିନ୍ନ ପ୍ରକାରର ଯୋଜନା ପ୍ରସ୍ତୁତ କରିବେ। ସ୍ଥାନପରିବର୍ତନର ଦୁଃଶ୍ଚିନ୍ତା ସଙ୍ଗକୁ ଆଲୋଚନା ପରିସରରେ ବାକ୍ ଅସଂଯମତା ଯୋଗ ସୁସମ୍ପର୍କ ବ୍ୟାହତ ହୋଇପାରେ।
କୁମ୍ଭ : ବ୍ୟୟଭାବରେ ଶୁକ୍ର ଆପଣଙ୍କୁ ବିଳାସବ୍ୟସନ ମଧ୍ୟରେ ବୁଡାଇ ରଖିବା ସହ ମାନସିକ ଚିନ୍ତାଧାରାରକୁ ବିକ୍ଷିପ୍ତ କରିପାରେ। ଷଷ୍ଠାଧିପ ରାଶିରେ ରହିଥିବାରୁ ଅର୍ଥାଭାବ, ଋଣଭାର ବୃଦ୍ଧି, ପରୋକ୍ଷ ଶତ୍ରୁତା ଓ କାର୍ଯ୍ୟହାନୀ ଜନିତ ବ୍ୟସ୍ତତା ବଢିଯାଇପାରେ। ଅବଶ୍ୟ ସଙ୍ଗୀତ ସମାରୋହ ,ବନ୍ଧୁମିଳନ ଭିତରେ ଭୋଜିଭାତର ସୁଯୋଗ ପାଇପାରନ୍ତି।
ମୀନ : ଦଶମ କେନ୍ଦ୍ରସ୍ଥଗ୍ରହମାନଙ୍କ ପ୍ରଭାବରେ କର୍ମଜାଳର ପରିସର କ୍ରମଶଃ ବୃଦ୍ଧି ପାଉଥିବା କାରଣରୁ ମାନସିକ ଅସ୍ଥିରତା ପରିଲକ୍ଷିତ ହେବ। ଚେଷ୍ଟା କରୁଥିବା କାମରେ ଅଗ୍ରଗତି ସଙ୍ଗକୁ ପାରିବାରିକ ସମର୍ଥନରୁ ସାମୟିକ ଆମତ୍ତୃପ୍ତି ପାଇବେ। ପଦସ୍ଥ ବ୍ୟକ୍ତି ବିଶେଷଙ୍କ ସାହାଯ୍ୟର ପ୍ରତିଶ୍ରୁତି ହାସଲ କରି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଆଶାୟୀ ହୋଇ ପାରନ୍ତି।