ଆଜିର ରାଶିଫଳ

0

ଭୁବନେଶ୍ୱର : ଡିସେମ୍ବର ୨, ସୋମବାର ; ଆଜିର ରାଶିଫଳ

ମେଷ : ଚାକିରୀ ଓ ବ୍ୟବସାୟରେ ଉନ୍ନତି ଦେଖାଦେବା ସହ ସମ୍ମାନ ଲାଭ ହେବ । ମଙ୍ଗଳଙ୍କ ଦୃଷ୍ଟି ପ୍ରଭାବରେ ଆପଣଙ୍କ ଦୈହିକ ଦୁର୍ବଳତା ସଙ୍ଗକୁ ଧୈର୍ଯ୍ୟହରା ଓ ନୈରାଶ୍ୟ କ୍ରମଶଃ ଦୂରେଇଯିବ । କର୍ମକ୍ଷେତ୍ରରେ କୈାଶଳପୂର୍ଣ୍ଣ ବ୍ୟବହାର ଅନ୍ୟ ମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ । ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ । ଯାତାୟତା ସମୟରେ ସତର୍କତା ଅବଲମ୍ବନ କରନ୍ତୁ ।

ବୃଷ : ଆଜି ଆପଣଙ୍କ ପାଇଁ ମଧ୍ୟମ ଫଳ ହେବ । ଦୀର୍ଘଦିନରୁ ଅଟକି ରହିଥିବା କାମର ଚିନ୍ତା ଆଜି ମନକୁ ଆନ୍ଦୋଳିତ କରିପାରେ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ଓ ପରିବହନ ବେଶ୍‌ ଭଲରେ ଚାଲିବ ।
ମିଥୁନ : ବନ୍ଧୁକାରକ ବୁଧଙ୍କ ଶୁଭ ସଂସ୍ଥିତି ନିଜ ବନ୍ଧୁମାନଙ୍କୁ ଆପେଣଇ ନେବାରେ ସମର୍ଥ କରାଇବ । ବିଭିନ୍ନ ଯୋଜନା, ସାଙ୍ଗଠନିକ କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ । ପରିବାର ଭିତରେ ସମ୍ପର୍କ ହାନି ଫଳରେ ଚିନ୍ତା ପ୍ରକଟ କରି ପାରନ୍ତି । ନିଜ ନିଜର କର୍ମକ୍ଷେତ୍ରରେ ସାଧାରଣ ପରିଶ୍ରମରେ ବେଶି ସଫଳତା ପାଇବେ ।
କର୍କଟ : ସାମୟିକ ଭୁଲ୍‌ ବୁଝାମଣା କାରଣରୁ ଆଜି ବନ୍ଧୁଙ୍କ ସହ ବିବାଦ ଓ କିଛି ନୂତନ କାମରେ ପ୍ରତିବନ୍ଧକ ହେତୁ ଚିନ୍ତିତ ରହିବେ। ଅପେକ୍ଷା କରିଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପଡିବେ । ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ ଜଣେ ବନ୍ଧୁ ମୁଖ୍ୟ ଭୂମିକା ଗ୍ରହଣ କରିବେ । ପ୍ରତିକୁଳ ପରିସ୍ଥିତି ଯୋଗୁ ଯୋଜନାଗୁଡିକ ସମ୍ପୂର୍ଣ୍ଣ ହେବ ନାହିଁ।
ସି˚ହ : ଆଜି ସ୍ବରାଶିସ୍ଥ ଚନ୍ଦ୍ର ପ୍ରଭାବରୁ ଧାର୍ମିକ କାର୍ଯ୍ୟ, ସତ୍‌ସଙ୍ଗ, ଦେବାର୍ଚ୍ଚନା କରିବାକୁ ମନ ବଳାଇବେ । କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ । ଆଜି ସତକଥା କହି ବିବାଦ ଘେରରେ ପଡି ପାରନ୍ତି, ଏଣୁ ଭାବିଚିନ୍ତି କୁହନ୍ତୁ । ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ ।
କନ୍ୟା : ଭାଗ୍ୟସ୍ଥାନ ପ୍ରତି ଗ୍ରହଦୃଷ୍ଟି ଆପଣଙ୍କ ଆଶା ଓ ଅଭିଳାଷ ପୂରଣ କରିବାରେ ସମର୍ଥ ହେବ । ପ୍ରତ୍ୟେକ କ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ଶନିଙ୍କ ପ୍ରଭାବରୁ ସନ୍ଦେହ ଘେରରେ ରହିବେ । କୌଣସି ମିଥ୍ୟା ଗୁଜବ ମନକୁ ଚହଲାଇ ଦେବା ସଙ୍ଗକୁ ଚିତ୍ରା ନକ୍ଷତ୍ର କର୍ମକ୍ଷେତ୍ରରେ ଲକ୍ଷ୍ୟ ପୂରଣ ଦିଗରେ ଅସହଯୋଗ, ଅସମ୍ମାନ ପାଇ ଦୁଃଖିତ ହେବେ।
ତୁଳା : କେନ୍ଦ୍ରସ୍ଥ ଚନ୍ଦ୍ର ଜନିତ ନୂତନ ବନ୍ଧୁ ସମ୍ପର୍କ ଓ ସୁଚିନ୍ତିତ କାର୍ଯ୍ୟଧାରା କାମକୁ ଅଗ୍ରଗାମୀ କରାଇବାରେ ସାହାଯ୍ୟ କରିବ । ଜଣେ ପଡୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ । କୌଣସି ନିର୍ଦ୍ଦିଷ୍ଟ କାରଣ ନ ଥାଇ କିମ୍ବା କୌଣସି ଅଭାବ ନ ଥାଇ ମଧ୍ୟ ଚିତ୍ରାର ମନଟା ଭଲ ଲାଗି ନ ପାରେ।
ବିଛା : ଗ୍ରହଚକ୍ରର ପରିବର୍ତନରେ ଯାହା ଖୋଜୁଛନ୍ତି ଓ ଆଶା କରୁଛନ୍ତି ଅବଶ୍ୟ ପାଇବେ ମାତ୍ର ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ । କଳା, ସାହିତ୍ୟ, ସଭା ସମିତିରେ ଆଗ୍ରହୀ ହେବେ । ଅନୁରାଧାର ନିଜେ ରହିବା ପରିସରରେ ସାଧାରଣ କଥାକୁ କେନ୍ଦ୍ର କରି ଅପରାହ୍ନରେ ଟେନସନ୍‌ ବଢିପାରେ ।
ଧନୁ : ରାଶିସ୍ଥ ଗ୍ରହ ସମ୍ପର୍କରୁ ପ୍ରତ୍ୟେକ କ୍ଷେତ୍ରରେ ଜୟଯୁକ୍ତ ହେବେ କିନ୍ତୁ କର୍ମକ୍ଷେତ୍ରରେ ଅସନ୍ତୋଷର ମାତ୍ରା କ୍ରମଶଃ ବୃଦ୍ଧି ପାଇବ । ଅତି ଦରକାରୀ ଜିନିଷଗୁଡିକ ପରକୁ ଦେଇ ଅପଦସ୍ତ ହୋଇପାରନ୍ତିା ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାଯର୍‌ୟକାରୀ କରିବା ସକାଶେ ମନ ବଳାଇ ପାରନ୍ତି। ନୂତନ ସ୍ଥାନ ପରିଭ୍ରମଣ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।
ମକର : ସପ୍ତମାଧିପତି ରାଶିସ୍ଥ ହେତୁ ବନ୍ଧୁମାନଙ୍କ ସହ ଆଲୋଚନା ପରିସରରେ ନୀରବତା ଅବଲମ୍ବନ କରି ବନ୍ଧୁ କହୁଥିବା କଥାର ସତ୍ୟତାକୁ ଉପଲବ୍‌ଧି କରପାରିିବେ । ନିକଟ ସମ୍ପର୍କୀୟମାନେ କାଳେ ଦେବାକୁ ପଡିବ,ଏହି କାରଣରୁ ପାଖ ମାଡିବେ ନାହିଁ। ପରିହାସଯୁକ୍ତ କଥା କର୍ମ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବାରେ ସାହାଯ୍ୟ କରିବ।
କୁମ୍ଭ : ଆଜିର ଯାତ୍ରା,ଶୁଭକାର୍ଯ୍ୟାରମ୍ଭ, ସତ୍‌ଚିନ୍ତା ଓ ଶୁଦ୍ଧଭାବନା ମନରେ ଭାବାନ୍ତର ସୃଷ୍ଟି କରିବ। ସାମାନ୍ୟ କେତେକ ସଧାରଣ ଅସୁବିଧାକୁ ବାଦ୍‌ ଦେଲେ ଦିନଟିରେ ବହୁତ ଭଲ କାମ କରିବେ । ଆଶା ପୂରଣ ହେବ, ଅର୍ଥ ପାଇବେ, କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରି ପାରିବେ । ନୂତନ ଜିନିଷ କ୍ରୟ କରିବା ସକାଶେ ପାଇଁ ମନ ବଳିବ ।
ମୀନ : ଆଜି ଆପଣଙ୍କ ପାଇଁ ଶୁଭଫଳ ପ୍ରଦାନ କରିବା ପୂର୍ବରୁ ଅର୍ଥମିଳିବ । ଲାଗି ରହିଥିବା ବିବାଦରୁ ସମସ୍ୟା ସମାଧାନ ହେବ । ଚାକିରୀ କ୍ଷେତ୍ରରେ ପ୍ରଶଂସିତ ହେବେ । ବାକି ରହିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ ତଥାପି ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ବ୍ୟବସାୟରେ ଲାଭ ମିଳିବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More