ଆଜିର ରାଶିଫଳ

0

ମେଷ: ଖର୍ଚ୍ଚ ବୃଦ୍ଧି ହେବାର ସୂଚନା ମିଳୁଛି । ଆପଣଙ୍କ ବିଚାର ସକାରାତ୍ମକ ରହିବ । କର୍ମଚଞ୍ଚଳ ରହିବେ । ସମାଜରେ ମାନ ସମ୍ମାନ ବଢ଼ିବ । ଶୁଭରଙ୍ଗ- ଲାଲ , ସଂଖ୍ୟା-୩, ଆରାଧନା-ମା’ ବଗଳାମୁଖୀ ।

ବୃଷ : ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଅଧିକ ଶୁଭ । ପରିବାର ଲୋକଙ୍କ ସହିତ ଉତ୍ତମ ବୁଝାମଣା ରହିବ । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । ଜ୍ଞା ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁଭୋଜନ ପ୍ରାପ୍ତି ଓ ପାରିବାରିକ ଶାନ୍ତି ମିଳିବ I

ମିଥୁନ: କୌଣସି ନୂଆ କାମ ପାଇଁ ଯୋଜନା କରିବେ I ଶୁଭ ସମାଚାର ପାଇ ଉତ୍‌ଫୁଲ୍ଲିତ ହେବେ । କର୍ମକ୍ଷେତ୍ରରୁ ସଫଳତା ପାଇବେ । ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ । ଗୁରୁଜନଙ୍କ କୃପା ଓ ମାନସମ୍ମାନ ପ୍ରାପ୍ତି ହେବ I

କର୍କଟ: କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ I କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । କ୍ଷମତାର ଅଭିବୃଦ୍ଧି ଘଟିବ ଓ ତା’ର ସଦ୍‌ବ୍ୟବହାର କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପୂଜାପାଠରେ ସମୟ ବିତିବ ।

ସିଂହ: ଅଷ୍ଟମ ଚନ୍ଦ୍ର ହେତୁ ବାଦବିବାଦ ଓ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । କଳହଠାରୁ ଦୂରେଇ ରହିବେ । ଘରକୁ ବନ୍ଧୁଙ୍କ ଯିବା-ଆସିବା ଲାଗି ରହିବ ।

କନ୍ୟା: ଅଷ୍ଟମ ଚନ୍ଦ୍ର ହେତୁ ଦୁର୍ଘଟଣା ପ୍ରତି ସତର୍କ ରହିବେ I ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ପାରିବାରିକ ଜୀବନ ସୁଖକର ହେବ ।

ତୁଳା: ପିତୃମାତୃଙ୍କ କୃପା ଓ ଉତ୍ତମ ଆୟ ହେବ । ବ୍ୟବସାୟରେ ଲାଭ ପାଇବେ । ବିଭିନ୍ନ ଦିଗରୁ ସାହାଯ୍ୟ ପାଇପାରନ୍ତି । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ବାଦ ଆପଣଙ୍କ ମନରେ ଖୁସି ଭରି ଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି ।

ବିଛା: ଯାନବାହାନରେ କ୍ଷତି ଓ ମାଲିମକଦ୍ଦମାରେ ପଡିପାରନ୍ତି । ବାଣିଜ୍ୟ କାରବାରୁ ବିଶେଷ ଲାଭବାନ୍‌ ହେବେ । ଶୁଭ ଖବର ପାଇ ପ୍ରଫୁଲ୍ଲିତ ହୋଇପାରନ୍ତି । ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ । ପାରିବାରିକ ଜୀବନ ସୁଖମୟ ହେବ ।

ଧନୁ: ଅଫିସରେ ଆପଣଙ୍କୁ ସତର୍କ ରହିବାକୁ ହେବ । ବିପଦ ପରସ୍ଥିତିରେ ବନ୍ଧୁ ସାହାଯ୍ୟ କରିବେ । ଯାନବାହନ ସୁଖ ମିଳିପାରେ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଶୁଭରଙ୍ଗହଳଦିଆ, ସଂଖ୍ୟା- ୯,

ମକର: ବାଣିଜ୍ୟରେ ଉତ୍ତମ ଆୟ ଓ କର୍ମରେ ସଫଳତା ମିଳିବ I ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ । କୌଣସି ବନ୍ଧୁ ମାଧୢମରେ ସ୍ଥଗିତ କାମ ସ˚ପୂର୍ଣ୍ଣ ହୋଇଯିବ। ଦାମ୍ପତ୍ୟ ଜୀବନରେ ସୁଖଦ ଅନୁଭୂତି ହେବ ।

କୁମ୍ଭ: ଆକସ୍ମିକ ଧନଲାଭ, ଦରମା ବୃଦ୍ଧି ଘଟିପାରେ । ସତ୍‌କର୍ମରେ ମନୋନିବେଶ କରିପାରନ୍ତି । ଧର୍ମ ମାର୍ଗରେ ପରିଚାଳିତ ହେବେ । ଯେକୌଣସି ସୂତ୍ରରୁ ଧନାଗମର ସୂଚନା ମିଳୁଛି ।

ମୀନ: ରୋଜଗାର ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାଶ୍ରୟ ରହିବେ । ବନ୍ଧୁ ମାଧୢମରେ ଅଶାନ୍ତିର ସମାଧାନ ବାହାରିଯିବ । ମୂଲ୍ୟବାନ ଧାତୁ କ୍ରୟ କରିପାରନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More