ପୁଣି ହଲିଉଡ ନଜରରେ ଆସିବେ ଦିପିକା ପାଦୁକୋନ୍

0

ଗତ କିଛିଦିନ ହେଲା ଦିପିକା ହିନ୍ଦି ଫିଲ୍ମି ଚୁକ୍ତି ନକରିବା କୁ ଏବେ ସସପେନ୍ସ ବଢିବାରେ ଲାଗିଛି । ସୁଚନା ଅନୁସାରେ ବଲିଉଡ ସୁନ୍ଦରୀ ତାଙ୍କ ବୟଫ୍ରେଣ୍ଡ ରଣବୀର ସିଂଙ୍କ ସହ ବିବାହର ଅୟୋଜନରେ ବ୍ୟସ୍ତ ରହିଛନ୍ତି । ବିବାହ ପରେ ଦିପିକା କଣ ବଲିଉଡକୁ ବାଏ ବାଏ କରିବେ କି ? ନା ଆକ୍ଟିଭ ରହିବେ, ହଲିଉଡରେ ବ୍ୟାକ ଅପ୍ କରିବେ । କିଛି ଦିନ ତଳେ ‘ଟ୍ରିପଲ ଏକ୍ସ : ରିଟର୍ଣ୍ଣ ଅଫ ଜେଣ୍ଡର କେଜ୍’ର ନିର୍ଦ୍ଦେଶକ ଟ୍ୱିଟରରେ ଏକ କମେଣ୍ଟ ମାଧ୍ୟମରେ ଜଣାଇଥିଲେ ଯେ ଦିପିକା ଏହି ପ୍ରୋଜେକ୍ଟର ଏକ ଗୁରୁତ୍ୱପୁଣ୍ଣ ଅଂଶ ଗ୍ରହଣ କରିବେ । ଜଣାପଡିଛି ଯେ, ଏହା ପୁର୍ବରୁ ମଧ୍ୟ ଅନେକ ଥର ଦୀପିକାଙ୍କୁ ଟ୍ରିପଲ ଏକ୍ସ ସିରିଜର ଆଗାମୀ ଫିଲ୍ମି ନେବା ବିଷୟରେ ଆଲୋଚନା ହୋଇସାରିଚି । ଏହି ସିରିଜର ଆଗାମି ଯେତୋଟି ଫିଲ୍ମ ଆସିବ ସେଥରେ ବଲିଉଡ ସୁନ୍ଦରୀ ଦିପିକାଙ୍କୁ ଦେଖିବାକୁ ମିଳିବ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଶୁଭକାମନା ରଖୁଛୁ ପୂର୍ବଭଳି ଏଥର ବି ଦୀପିକାଙ୍କ ହଲିଉଡ୍ ଯାତ୍ରା ସଫଳ ହେଉ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More