ହକି ବିଶ୍ୱକପ ଆୟୋଜନ ସ୍ୱାଗତଯୋଗ୍ୟ, ପରିଚାଳନା ନୈରାଶଜନକ ….

0

ଦିନକ ପରେ ହକି ବିଶ୍ୱକପ । ପୁରା ଓଡ଼ିଶାରେ ହକି ଫିଭର । ରାଜ୍ୟ ସରକାରଙ୍କ ଉପରେ ସାରା ବିଶ୍ୱର ନଜର । ଭୁବନେଶ୍ୱରରେ ପହଞ୍ଚିଗଲେଣୀ ସବୁ ଦେଶରେ ଖେଳାଳିମାନେ । ପଡ଼ିଆ ପ୍ରସ୍ତୁତ ଓ ଖେଳାଳି ବି ପ୍ରସ୍ତୁତ । ଅପେକ୍ଷା କେବଳ ଉଦଘାଟନକୁ । ପୁରୁଷ ହକି ବିଶ୍ୱକପର ଉଦଘାଟନ ମ୍ୟାଚକୁ ଉଦଘାଟିତ କରିବେ ବଲିଉଡ଼ର ସୁପରଷ୍ଟାର ଶାହରୁଖ ଖାନ । ସବୁଠୁ ଉତ୍ସାହର ମାହୋଲ । ରାଜ୍ୟ ସରକାରଙ୍କ ଏହି ଆୟୋଜନ ପାଇଁ ସରକାରଙ୍କୁ ଯେତେ ପ୍ରଶଂସା ପାଉଛନ୍ତି ହେଲେ ପରିଚାଳନା ତ୍ରୃଠି ଯୋଗୁଁ ରାଜ୍ୟ ସରକାର ସମାଲୋଚନାର ସ୍ୱୀକାର ହେଉଛନ୍ତି । ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି ରାଜଧାନୀ ଭୁବନେଶ୍ୱରରେ ହିକ ବିଶ୍ୱ ଆୟୋଜନ ହେଉଥିଲେ ହିଁ ହକି ବିଶ୍ୱକପ ଦେଖିବାରୁ ବଂଚିତ ହେବେ ବହୁ ସାଧାରଣ ଲୋକ । ତେବେ କାହିକିଁ ପରିଚାଳନା ତ୍ରୃଟି ନେଇ ଉଠିଛି ପ୍ରଶ୍ନ । ପ୍ରଥମେ ଅନଲାଇନ ଟିକେଟ ବିକ୍ରୀ ଆୟୋଜକଙ୍କ ପରିଚାଳନା ତ୍ରୃଟି ଯୋଗୁଁ ସାଧାରଣ ଲୋକଟିଏ ଟିକେଟ ପାଇବାରୁ ବଂଚିତ ହେଲେ । ଭଙ୍ଗାରୁଜା ହେଲା ଓ ଗଣ୍ଡଗୋଳ ମଧ୍ୟ ହେଲା । ହେଲେ ସେଥିରେ କିଛି ଶିଖିଲେ ନାହିଁ କ୍ରୀଡ଼ା ବିଭାଗ ଓ ରାଜ୍ୟ ସରକାର । ଫଳରେ ଟିକେଟ ପାଇବାରୁ ସଭିଁଏ ବଂଚିତ ହେଲେ । ଏପରିକି ଏ ପ୍ରଶ୍ନ ଯେତେବେଳେ ଗଣମାଧ୍ୟମ କ୍ରୀଡ଼ା ସଚିବଙ୍କ ଦୃଷ୍ଟିକୁ ଆଣିଲେ ସଚିବ ଗଣମାଧ୍ୟମ ପ୍ରତିନିଧିଙ୍କୁ ର୍ଦୁବ୍ୟବହାର କଲେ । ସବୁଠାରୁ ବଡ଼ କଥା ହେଉଛି ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ କେବଳ ବଛାବଛା ଲୋକଙ୍କ ଓ ପ୍ରିୟାପ୍ରୀତି ଥିବା ଲୋକଙ୍କୁ ମିଳିଲା ହକି ଟିକେଟ । ଏକଥା ଆମେ କହୁନୁ କହୁଛନ୍ତି ସାଧାରଣ ଲୋକେ । ଅନଲଶଇନ ଟିକଟ ଘୋଷଣା ରି ସାଧାରଣ ଲୋକଙ୍କ ଭଣ୍ଡିଆ କଲେ ସରକାର । ହକି ଦେଖିବାକୁ ଏମିତିକ ଷଖାଦ ଶାସକ ଦଳର ବିଧାୟକମାନଙ୍କୁ ମଧ୍ୟ ସୁଯୋଗ ମକ୍ଟଳରନାହିଁ । ଏକଥା ଆଉ କିଏ ନୁହେଁ, ବିଧାନସଗଭାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଯୋଗେନ୍ଦ୍ର ବେହେରା ଗୃହରେ କହିଲେ । ହକି ବିଶ୍ୱକପ ପାଇଁ ପାସ ବ୍ୟବସ୍ଥା ହୋଇଥିଷଲ ଭଲ ହୋଇଥାନ୍ତା । ତେବେ ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କୁ ମଧ୍ୟ ହକି ଉଦଘାଟନ ମ୍ୟାଚ ଦେଖିବାରୁ ସରକାର ବଂଚିତ କଲେ । ତେବେ ପ୍ରଶ୍ନ ଉଠୁଛି ଏତେ ଟିକେଟ ଗଲା କୁଆଡ଼େ । କେଉଁମାନେ ପାଇଲେ ଟିକେଟ । ହଠାତ କିଛି ସମୟ ପରେ ଅନଲାଇନରେ ଟିକେଟ ସିଗଲା କିପରି । ନାଁ ନାମକୁ ମାତ୍ର ଅନଲଶଇନ ଟିକେଟ ବିକ୍ରୀ କଥା ଗଣମାଧ୍ୟମରେ କହି ଲୋକଙ୍କୁ ଠକିଲା କ୍ରୀଡ଼ା ବିଭାଗ । ଆଗରୁ ସବୁ ଟଠିକେଟକୁ ହାତେଇଲେ କି ଏହି ଚତୁର ବାବୁମାନେ । ବିରୋଧୀଙ୍କ କହିବା କଥା ହେଉଛି ଶାସକ ଦଳର ଛତ୍ର ଛାୟାରେ ଥିବା ଲୋକଙ୍କୁ ମଳିଛି ହକି ଉଦଘାଟନର ଟିକେଟ । ସାଧାରଣ ଲୋକଙ୍କୁ ଟିକେଟ ପଇସା ଦେଲେ ବି ମିଳୁନାହିଁ । ତେବେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାରଙ୍କୁ ଏହି ବିଶ୍ୱକପ ହକି ଲୋକପ୍ରିୟ କରୁଛି ନାଁ ବଦନାମ କରୁଛି ତାହା ସମୟ କହିବ । ଶେଷରେ ଏତିକି କୁହାଯାଇପାରେ ଯେ ବିଶ୍ୱକପ ହକି ଆୟୋଜନ କରି ଓଡ଼ିଶା ଏବେ ସାରା ବିଶ୍ୱର ନଜରରେ । ଯାହାକି ସ୍ୱାଗତ ଯୋଗ୍ୟ । ହେଲେ ନିଜର ମାଟିରେ ହାଜର ହଜାର ଓଡ଼ିଆ ଯେପରି ହିକ ଉଦଘାଟନୀ ଉତ୍ସବ ଦେଖିବାରୁ ବଂଚିତ ହେଲେ ତାହା ଫଳ କିଏ ଭୋଗିବ । ଏକଥା ସତ ଯେ ଯେଉର୍ବାବୁମାନେ ନିଜ କ୍ଷମତା ବଳରେ ଉଦଘାଟନୀ ମ୍ୟାଚରେ ଶାରୁଖାନ ଓ ଏଆର ରେନମାନକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବେ ତାଙ୍କ ପାଇଁ ଶାରୁଖାନ ଓ ଏଆର ରେହମାନଙ୍କୁ ଦେଖିବା ବା ମିଶିବା ସେତଟୋ କଷ୍ଟକର ନୁର୍ହେ । ରାଜଧାନୀରେ ହକିବିଶ୍ୱକପରେ ଟିକେଟ କାଟି ସାଧାରଣ ଗରିବ ଖଟିଖିଆ ଲୋକଟି କିନ୍ତୁ ଏହି ସୁଯୋଗ କଣ କେବେ ପାଇବ । ଏହା ଉପରେ କ୍ରୀଡ଼ା ବିଭାଗ ଚିନ୍ତା କରିବାର ସମୟ ଆସିଛି । କାରଣ ୧୮ବର୍ଷ ଧରି ନବୀନ ଗରିବଙ୍କ ସରକାର ବୋଲି ଶାସକ ଦଳର ନେତାଲ ଡ଼ିଣ୍ଡିମ ପିଟୁଛନ୍ତି । ହେଲେ ହକି ବିଶ୍ୱକପରେ କେତେଜଣ ଗରିବ ଓ ସାଧାରଣ ଲୋକ ଦେଖିୁଛନ୍ତି ତାହା ଦେଖିବାର କଥା । ବିଶ୍ୱକପ ହକି ପରିଚାଳନା ନୈରାଶଜନକକୁ ନେଇ ସବୁ ମହଲରେ ଅସନ୍ତୋଷ ଦେଖାଦେଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More