ପୁରୀ ବଡ଼ଦାଣ୍ଡରେ ଆଣ୍ଠୁଏ ଆଣ୍ଠୁଏ ପାଣି : ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଆରମ୍ଭ I ୨୫ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ପାଣିପାଗ ବିଭାଗ ଦେଲା ସୂଚନା I

0

ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଆଜି ଠାରୁ ଆରମ୍ଭ ହୋଇଛି I ଏହି ଲଘୁଚାପ ଦ୍ୱାରା ଗଜପତି ,ଗଞ୍ଜାମ ,ପୁରୀ , ଭୁବନେଶ୍ୱର ସମେତ ରାଜ୍ୟରେ ପ୍ରତେକ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି I ପୁରୀ ସହରରେ ଲଘୁଚାପ ଜନିତ ବର୍ଷା ଯୋଗୁ ଜୀବନ ଯାତ୍ରା ବେହାଲ ହୋଇପଡିଛି I କାର୍ତ୍ତିକ ମାସରେ ପୁରୀରେ ବିଭିର୍ନ ରାଜ୍ୟରୁ ତଥା ଓଡ଼ିଶାର ବିଭିର୍ନ ସ୍ଥାନରୁ ଭକ୍ତମାନଙ୍କର ସମାଗମ ହୋଇଥାଏ I ସେମାନଙ୍କର ରହିବା, ଖାଇବା ଓ ଚଳପ୍ରଚଳ କରିବାରେ ଏହି ବର୍ଷା ବାଧକ ସୃଷ୍ଟି କରିଥିବା ଭକ୍ତ ମାନଙ୍କ ଠାରୁ ଶୁଣିବାକୁ ମିଳୁଛି I ବଡ଼ଦାଣ୍ଡରେ ଆଣ୍ଠୁଏ ପାଣି ଚାଲୁଥିବାରୁ ବୟସ୍କ ହବିଷ୍ୟାଳି ମାନେ ଠାକୁରଙ୍କୁ ଦର୍ଶନ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଜିଲ୍ଲା ପ୍ରଶାସନ ଏଥିପାଇଁ ସଚେତନ ଅଛନ୍ତି ବୋଲି ବରିଷ୍ଠ କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More