ଲଗାଣ ବର୍ଷାରେ ବେହାଲ ରାଜଧାନୀ : ୧୨ ଜିଲାରେ ରେଡ ୱାର୍ଣ୍ଣିଂ ଜାରି

0

ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଅବପାତର ନୂପ ନେଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହା ପାରାଦୀପ ଠାରୁ ୭୦ କିଲୋମିଟର ପୂର୍ବକୁ କେନ୍ଦ୍ରୀଭୂତ ହୋଇଛି । ଏହା ଏବେ ପଶ୍ଚିମ -ଉତ୍ତରପଶ୍ଚିମ ଦଗରେ ଗତି କରୁଛି । ଚାନ୍ଦବାଲି ସୀମା ଦେଇ ଏହା ଅତିକ୍ରମ କରିବ । ଲଘୁଚାପ କାରଣରୁ ଆଜି ଦିନ ତମାମ ଭୁବନେଶ୍ବରରେ ଲଗାଣ ବର୍ଷା ଜାରି ରହିଛି । ଏପରିକି ବର୍ଷାରେ ବହୁ ଅଞ୍ଚଳ ଜଳମଗ୍ନ ହୋଇପଡିଛି । ଭୁବନେଶ୍ବର ଅଧିକାଂଶ ରାସ୍ତାରେ ପାଣି ଜମି ରହି ଲହଡି ମାରୁଛି । ଲୋକମାନେ ଯାତାୟାତରେ ସମସ୍ୟା ସମ୍ମୁଖୀନ ହୋଇଥିଲେ । ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡିଲେଣି ରାଜଧାନୀ ବାସୀ । ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, କେନ୍ଦୁଝର, ଢେଙ୍କାନାଳ, କଟକରେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହାବାଦ୍‌ ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ । ମଙ୍ଗଳବାର ବର୍ଷା ପ୍ରକୋପ କମିବ । ତଥାପି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More