ନୂଆବର୍ଷକୁ ଭିନ୍ନ ଶୈଳୀରେ ପାଳନ କରିବାକୁ ଯାଉଥିବା ୪ଜଣ ଛାତ୍ରଙ୍କୁ ଗିରଫ

0

ଆସୁଛି ନବବର୍ଷ । ଗୋଟିଏ ଦିନ ପରେ ବିଦାୟ ନେବ ୨୦୧୭ । ଏଥିପାଇଁ ପୁରୁଣା ବର୍ଷକୁ ବିଦାୟ ଏବଂ ନୂଆ ବର୍ଷ ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି ଯୁବ ବର୍ଗମାନେ । କିନ୍ତୁ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିଛି ଛାତ୍ରମାନେ ୨୦୧୮କୁ ଭିନ୍ନ ଶୈଳୀରେ ପାଳନ କରିବାକୁ ବନାଇଥିଲେ ଯୋଜନା । କିନ୍ତୁ ତାଙ୍କର ଏହି ଯୋଜନା ପୋଲିସଙ୍କ ହାତରେ ଧରା ପଡିଯାଇଥିଲା । ରିପୋର୍ଟ ଅନୁସାରେ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୪ଜଣ ଛାତ୍ର ବ୍ରାଉନସୁଗାର ଚୋରା ଚାଲାଣ କରି ନୂଆବର୍ଷ ପାଳନ କରିବାକୁ କରିଥିଲେ ଯୋଜନା ପ୍ରସ୍ତୁତ । କିନ୍ତୁ ତାଙ୍କର ଏହି ଯୋଜନାକୁ ନାର୍କୋଟିକସ୍ କଣ୍ଟ୍ରୋଲ ବ୍ୟୁରୋ ବିଫଳ କରିବାରେ ସଫଳ ହୋଇଥିଲେ । ନାର୍କୋଟିକସ୍ କଣ୍ଟ୍ରୋଲ ବ୍ୟୁରୋ କହିଛନ୍ତି, ଏହି ଘଟଣା ସମ୍ପର୍କରେ ଆମକୁ ଗୁଇନ୍ଦା ସଂସ୍ଥା ପକ୍ଷରୁ ସୂଚନା ମିଳିବା ପରେ ଆମେ ଏହି ୪ଜଣ ଅଭିଯୁକ୍ତଙ୍କୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରିସରର ନିକଟରୁ ଗିରଫ କରାଯାଇଛି । ଏନେଇ ପୋଲିସ କହିଛି,ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହିନ୍ଦୁ କଲେଜର ଛାତ୍ର ଡ୍ରଗସ୍ ଚାଲାଣର ମାଷ୍ଟର ମାଇଣ୍ଡ । ଏନସିବି ଡେପୁଟି ଡାଇରେକ୍ଟର ଜେନେରାଲ ଏସକେ ଝା କହିଛନ୍ତି, ଆମେ ଗିରଫ କରିଥିବା ୪ଜଣ ଅଭିଯୁକ୍ତଙ୍କୁ ଏନଡିପି(ନାର୍କୋଟିକ୍ସ ଡ୍ରଗସ ଆଣ୍ଡ ସାଇକୋଟ୍ରୋପିକ ସବଟେନସ)ଧାରାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗିରଫ କରାଯାଇଥିବା ଅଭିଯୁକ୍ତଙ୍କ ଠାରୁ ୧.୧୪କିଲୋ ଚରସ ଓ ୩ ଏଲଏସଡି(ଲିଏସରଜିକ୍ ଏସିଡ ଡାଇଟଲେମାଇଣ୍ଡ) ବ୍ଲୋଟ ପେପର ମିଳିଛି । ଏହି ଡ୍ରଗସକୁ ନୂଆବର୍ଷ ପାର୍ଟି ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ନର୍ଥ କ୍ୟାମ୍ପସକୁ ଚାଲାଣ କରିବାକୁ ଯୋଜନା କରିଥିଲେ । ସେମାନେ ଏସବୁ ଡ୍ରଗସ ଗୁଡିକୁ ହିମାଚଳ ପ୍ରଦେଶରୁ ଆଣୁଥିଲେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More