ଗାଡି ଧକାରେ ପୁଣି ଚାଲିଗଲା ଗଜରାଜଙ୍କ ଜୀବନ

0

କେନ୍ଦୁଝରରେ ଟ୍ରକ ଧକ୍କାରେ ଚାଲିଗଲା ଦୁଇ ଦୁଇଟି ଗଜରାଜଙ୍କ ଜୀବନ । ଦୁଇଟି ହାତୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଏକ ହାତୀ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛି । ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ୧୦ଟି ହାତୀ ରାସ୍ତା ପାର ହେଉଥିବାବେଳେ ଏଭଳି ଅଘଟଣ ଘଟିଛି । ବନବିଭାଗ ଟିମ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହିତ ତାର ହେଲପରକୁ ଅଟକ ରଖି ପଚରାଉଚରା ଚଳାଇଛି । ତେବେ ଏଭଳି ଘଟଣା କିଛି ନୂଆ ନୁହେଁ, ତେଣୁ ସଂକଟରେ ଥିବା ଗଜରାଜଙ୍କ ସୁରକ୍ଷାକୁ ନେଇ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More