ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କର ବହୁ ଆଶା ଓ ଭରସା ନେଇ ଯାଇଥିବା ନିୟୁୟର୍କର ପୂର୍ଣ୍ଣଛେଦ ପଡିଛି : ପାକିସ୍ତାନର ସାମରିକ ବାହିନୀର ମୁଖ୍ୟ ମାନେ ନୂଆ ପ୍ରଧାନମନ୍ତ୍ରୀ ଖୋଜିବା ଚକରରେ ଅଛନ୍ତି
ଭାରତ ତାର ସମ୍ଭିଧାନ ସଂଶୋଧନ କରି କାଶ୍ମିରରୁ ଧାରା ୩୭୦ ପ୍ରତ୍ୟାହାର କରିବା ପରେ ଆର୍ଥିକ ଦୁରବସ୍ଥା ଦେଇ ଗତି କରୁଥିବା ଇମ୍ରାନ ଖାନ ସରକାରକୁ ଏକ ଖୋରାକ ମିଳି ଯାଇଥିଲା I ବିଭିର୍ନ ଇସ୍ଲାମିକ ରାଜ୍ୟର ସହଯୋଗ ପାଇବା ଆଶାରେ ସେ କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାରକୁ ବିରୋଧ କରିବା ସହିତ ପାକିସ୍ତାନର ଜନସାଧାରଣ , ବୁଦ୍ଧିଜୀବୀ ମାନଙ୍କୁ ଭାରତ ବିରୁଦ୍ଧରେ ଏକଜୁଟ କରିବାର ପ୍ରୟାସ ଜାରି ରଖିଥିଲେ I ଏ ସଂକ୍ରାନ୍ତରେ ଆମେରିକାର ସହଯୋଗ ତାଙ୍କର ଏକାନ୍ତ କାମ୍ୟ ଥିଲା I କିନ୍ତୁ ଗତ ୫୦ ବର୍ଷ ଧରି ଆମେରିକାର ଅର୍ଥରେ ପାକିସ୍ତାନ ପ୍ରତିପାଳିତ ହେଉଥିଲା I ସନ୍ତ୍ରାସବାଦୀଙ୍କୁ ଦମନ କରିବା ନାମରେ କୋଟି କୋଟି ଡ଼ଲାର ଏଥିପାଇଁ ପାକିସ୍ତାନ ପାଉଥିଲା I ଯାହାକୁ ରାଷ୍ଟ୍ରପତି ଟ୍ରମ୍ପ ବନ୍ଦ କରିଦେଇଥିଲେ I ଏପରିକି ସନ୍ତ୍ରାସବାଦୀ ମାନଙ୍କ ପାଖକୁ ବିଭିର୍ନ ଦେଶରୁ ଆସୁଥିବା ଅର୍ଥ ମଧ୍ୟ ବନ୍ଦ ହେଇଯାଥିଲେ I ଯାହା ଫଳରେ ପାକିସ୍ତାନର ଦୁଦିନ ବଢି ବଢି ଚାଲିଲା I ଏହାର ସୁଯୋଗ ନେଇ ଚୀନ ପାକିସ୍ତାନରେ ନିଜର ପ୍ରଭାବ ବିସ୍ତାର କରିବାକୁ ଲାଗିଲା I ଗତ ୫ ବର୍ଷ ତଳେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଏକ ଶାନ୍ତିପୂର୍ଣ ଉପାୟରେ ଜାମ୍ମୁ-କାଶ୍ମୀର ସମେତ ସମସ୍ତ ଦ୍ୱିପାକ୍ଷିକ ବିଷୟକୁ ସମାଧାନ କରିବାର ପ୍ରସ୍ତାବ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ I ହେଲେ ଚୀନ ଦ୍ୱାରା ପରିଚାଳିତ ସେଠାକାର ସରକାର କାଶ୍ମୀରରେ ସନ୍ତ୍ରାସବାଦ କାର୍ଯ୍ୟ ବଜାୟ ରଖିଚାଲିଲେ I ଏସବୁ ବିଷୟ ପୃଥିବୀର ବିକାଶସିଳ ଦେଶମାନେ ଭଲଭାବରେ ଜାଣିଥିଲେ ମଧ୍ୟ ଠୋସ ପଦକ୍ଷପ ନେଇ ପାରୁନଥିଲେ I ଶେଷରେ ନରେନ୍ଦ୍ର ମୋଦିଙ୍କର ଦୃଢ ସର୍ଜିକାଲ ଷ୍ଟ୍ରାଇକ ପରେ ପାକିସ୍ତାନରେ ଏକ ଚହଳ ସୃଷ୍ଟି ହୋଇଥିଲା I ଆପୋଷ ଆଲୋଚନା କରିବାକୁ ଇମ୍ରାନ ଖାନ ସରକାର ବ୍ୟାକୁଳ ହୋଇଉଠିଲେ I ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋକଠୋକ ଜଣାଇଦେଇଥିଲେ ଯେ , ସନ୍ତ୍ରାସବାଦୀ ମାନଙ୍କୁ ଆଶ୍ରୟ ଦେବା ପରିବର୍ତେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ପାକିସ୍ତାନ ସହିତ ଆଲୋଚନ ସମ୍ଭବ ହେବ I ଏହା ଫଳରେ ଇମ୍ରାନ ଖାନ ସରକାର ୱାସିଂଟନ ଠାରେ ଆମେରିକା ସମେତ ପୃଥିବୀ ସମୁଦାୟଙ୍କ ଆଗରେ କାଶ୍ମୀରରେ ମାନବାଧିକାର ଉଲଂଘନ ହେଉଥିବା ବିଷୟ ଉଠାଇଲେ ମଧ୍ୟ କେହି ତାକୁ ଗ୍ରହଣ କରିନଥିଲେ I ଗତ କାଲି ଶେଷରେ ଏ ସଂକ୍ରାନ୍ତରେ ଇମ୍ରାନ ଖାନ ଜାତିସଂଘରେ ଭାରତ ବିରୁଦ୍ଧରେ ସ୍ଵରଉତ୍ତୋଳନ କରି ଫେରିବା ପରେ ଆମେରିକା ତରଫରୁ ଯେଉଁ ଘୋଷଣା ନାମା ପ୍ରକଶ ପାଇଛି ସେଥିରେ ଆମେରିକାର ଆକଟିଙ୍ଗ ଆସିଷ୍ଟାଣ୍ଟ ସେକ୍ରେଟାରୀ ଫର ସାଉଥ ଏସିଆ ଆଲିସ ଉଇଲସ ପାକିସ୍ତାନକୁ ଜଣାଇ ଦେଇଛନ୍ତିଯେ, ହାପିଯ ସହିଦ ଓ ମାସୁଦ ଆଝାରଙ୍କ ଭଳି ସଂନ୍ତ୍ରାସବାଦୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତ – ପାକିସ୍ତାନ ମଧ୍ୟରେ ଥିବା ବିବାଦର ସମାଧାନ କର I ସେ ଆହୁରି ମଧ୍ୟ କହିଛନ୍ତି ଯେ , ଆମେରିକା ଗର୍ବିତ ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘ ୭୦ବର୍ଷ ପରେ କାଶ୍ମୀରର ଉର୍ନତି ପାଇଁ ଦ୍ରୁତ ପଦକ୍ଷପ ନେଉଛନ୍ତି I ଆମେରିକା ସରକାରଙ୍କ ଏହିପରି ମତାମତ ପାକିସ୍ତାନ ସରକାର ଇମ୍ରାନ ଖାନଙ୍କ ବୁଦ୍ଧି ହଜାଇଦେଇଛି I ଆଜିଠାରୁ ଇମ୍ରାନ ଖାନ ସରକାର ସନ୍ତ୍ରାସବାଦୀଙ୍କ ଶରଣାପର୍ଣ୍ଣ ହୋଇ ଭାରତରେ ଅସ୍ଥିରତା ସୃଷ୍ଟିକରିବାର କାର୍ଯ୍ୟକ୍ରମ ହାତକୁ ନେଇଛିନ୍ତି I
ରମେଶ ଶତପଥୀ