ହଟହଟା ହେଲେ ରେଳ ରାଷ୍ଟ୍ରମନ୍ତ୍ରୀ,ତଥ୍ୟ ନଥିବାରୁ ମାଗିଲେ କ୍ଷମା

0

ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଗାଜେନ ଗୋହେନ ହଟହଟା ହୋଇଛନ୍ତି । ସମ୍ବାଦିକ ସମ୍ମିଳନୀରେ ପ୍ରଥମେ ରେଳ ରାଷ୍ଟ୍ରମନ୍ତ୍ରୀ ଓଡିଶା ପ୍ରତି କେନ୍ଦ୍ର ରେଳ ବିଭାଗର ଅବଦାନ ଓ ଆଗାମୀ ଦିନର ଲକ୍ଷ୍ୟ ବିଷୟରେ ବଖାଣି ଥିଲେ । ଏହା ପରେ ସିଧାସଳଖ ଓଡିଶା ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ରାଜୟ ସରକାର ଜମି ଯୋଗାଇ ଦେଉନଥିବାରୁ ଓଡିଶାର ବିଭିନ୍ନ ରେଳ ପ୍ରକଳ୍ପ କାମ ବିଳମ୍ବ ହୋଇଛି ବୋଲି ମନ୍ତ୍ରୀ ଅଭିଯୋଗ ଆଣିଥିଲେ । ଏହା ପରେ ସାମ୍ବାଦିକମାନେ ରେଳ ରାଷ୍ଟ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ, କେଉଁ କେଉଁ ରେଳ ପ୍ରକଳ୍ପ ଜମି ଅଧିଗ୍ରହଣ ବିଳମ୍ବ ଯୋଗୁ ହୋଇପାରୁନାହିଁ । ହେଲେ, ଏ ତଥ୍ୟ କିନ୍ତୁ ନଥିଲା କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀଙ୍କ ପାଖରେ । ଫଳରେ,ଜଣକ ପରେ ଜଣେ ସାମ୍ବାଦିକ କେନ୍ଦ୍ରମନ୍ତ୍ରୀଙ୍କୁ ଗୋଡାଇ ତୋଡାଇ ପ୍ରଶ୍ନ କଲେ । ଶେଷରେ କେନ୍ଦ୍ରମନ୍ତ୍ରୀ କହିଲେ ଯେ, ଏସବୁ ପ୍ରଶ୍ନର ଉତ୍ତର ଜିଏମ୍ ଥିଲେ ଦେଇଥାନ୍ତି । ବର୍ତ୍ତମାନ ମୋ ପାଖରେ ତଥ୍ୟ ନାହିଁ,ତେଣୁ ମୁଁ କ୍ଷମା ଚାହୁଁଛି । ଏହା ପରେ ପରବର୍ତ୍ତୀ ସମୟରେ ତଥ୍ୟ ଯୋଗାଇ ଦେବେ ବୋଲି ସାମ୍ବାଦିକମାନଙ୍କୁ କହିଥିଲେ । ହେଲେ, କେନ୍ଦ୍ରମନ୍ତ୍ରୀ ତଥ୍ୟ ନଥାଇ ଓଡିଶାକୁ ଏପରି ଟାର୍ଗେଟ କରିବା ନିମ୍ନ ମାନସିକତାର ପରିଚୟ ବୋଲି ବିଜେଡି କହିଛି । ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି,କେନ୍ଦ୍ରର ରେଳ ବିଭାଗ ଯେତିକି ଟଙ୍କା ଘୋଷଣା କରିଛନ୍ତି,ତାହା ବର୍ଷ ଶେଷକୁ ଦେଉନାହାଁନ୍ତି । ରାଜ୍ୟ ସରକାର ଜମି ଯୋଗାଇ ଦେଇଛନ୍ତି,ହେଲେ କେନ୍ଦ୍ର କାମ କରୁ ନାହିଁ । ନିଜର ଦଳୀୟ ସଂଗଠନକୁ ମଜବୁତ କରିବା ଲାଗି କେନ୍ଦ୍ରମନ୍ତ୍ରୀ ଏଭଳି ଅଭିଯୋଗ ଆଣୁଛନ୍ତି,ସାମ୍ବାଦିକ ସମ୍ମିଳନୀ କରି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More