ଲୋକଶକ୍ତି ପରିବାର ତରଫରୁ ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସମସ୍ତଙ୍କୁ ହାର୍ଦିକ ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା |

0

ଦେବଭୂମି ଓଡ଼ିଶାର କେନ୍ଦୁବିଲ୍ୱ ଶାସନରେ ଜନ୍ମିତ ମହାକବି ଜୟଦେବ ଜଣେ କାଳଜୟୀ ସ୍ରଷ୍ଟା ଭାବେ ବିଶ୍ୱ ପରିଚିତ | ତାଙ୍କ ରଚିତ କାବ୍ୟ ‘ଶ୍ରୀ ଗୀତଗୋବିନ୍ଦ’ ଭାରତୀୟ ସଂସ୍କୃତି ସାହିତ୍ୟ ଭଣ୍ଡାରର ଅମୁଲ୍ୟ ରତ୍ନ | ଗୀତଗୋବିନ୍ଦ୍ର କୋମଳକାନ୍ତ ପଦାବଳୀ ଶତାବ୍ଦୀ ଶତାବ୍ଦୀ ଧରି ଆମର ଆଧ୍ୟାତ୍ମିକ ଚେତନାକୁ ଉଦ୍ବୁଦ୍ଧ କରି ଆସିଛି | ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣାରୁ ଭକ୍ତକବି ଜୟଦେବ ଏହି ଦୁର୍ଲଭ କାବ୍ୟ ଗ୍ରନ୍ଥ ରଚନା କରିବାକୁ ସମର୍ଥ ହୋଇଥିଲେ | ଏ ସମ୍ପର୍କରେ ବହୁ ଅଲୌକିକ କାହାଣୀ, କିମ୍ବଦନ୍ତୀ, ପ୍ରଥା ଓ ପରମ୍ପରା ଯୁଗଯୁଗ ଧରି ଉତ୍କଳୀୟ ଜନମାନସକୁ ଆଚ୍ଛନ୍ନ କରି ରଖିଛି |
୩ ମଇ, ୨୦୨୨ (ଅକ୍ଷୟ ତୃତୀୟା) ରେ ଜୟଦେବ ଜୟନ୍ତୀ ପାଳନ ଅବସରରେ ଓଡିଶା ଜାତିର ଗର୍ବ ଓ ଗୌରବ ଶ୍ରୀ ଗୀତଗୋବିନ୍ଦର ରଚୟିତା ବ୍ୟାସାବତାର ମହାକବି ଶ୍ରୀ ଜୟଦେବଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି |

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More