ଅଗଷ୍ଟ ୧୮ ରୁ ‘ଆନନ୍ଦ ଉତ୍ସବ’

0

ଭୁବନେଶ୍ୱର: ଅଗଷ୍ଟ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତମଦର୍ସ ପବ୍ଲିକ୍ ସ୍କୁଲରେ ଆର୍ଟ ଅଫ୍ ଲିଭିଙ୍ଗ୍ ପକ୍ଷରୁ ଏକ ମନୋରମକାର୍ଯ୍ୟକ୍ରମ ‘ଆନନ୍ଦ ଉତ୍ସବ’ ଅନୁଷ୍ଠିତ ହେଉଛି । କାର୍ଯ୍ୟକ୍ରମର ମୁଖ୍ୟଆକର୍ଷଣ ଏଚ୍.ଏଚ୍. ଶ୍ରୀ ଶ୍ରୀ ରବିଶଙ୍କର ଜୀ ।ଏହି  କାର୍ଯ୍ୟକ୍ରମରେ ଭାଗ ନେଲେ ନିଜକୁ ଫିଟ୍, ସୁସ୍ଥ, ଖୁସି, ଶୀତଳ,
ଶାନ୍ତ,  ଆନନ୍ଦ, ଲାଘବ, ଆକର୍ଷଣୀୟ, ବିଷାଦମୁକ୍ତ ରଖିହେବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ସେହିପରି ଏସବୁ ବିଭବ ମାଧ୍ୟମରେ ଅସରନ୍ତି ଖୁସି, ଅସୀମିତ ଆନନ୍ଦ,  ହସ, ଉଲ୍ଲାସ ସହ ମନର ସଠିକ୍ ପରିଚାଳନା ଆଦି ଅନୁଭବ କରିହେବ । ଏହାସହ ଯୋଗ, ପ୍ରାଣାୟମ, ଧ୍ୟାନ, ସୁଦର୍ଶନ କ୍ରିୟା, ଗୋଷ୍ଠୀ କାର୍ଯ୍ୟକଳାପ, ଖେଳ, ଜ୍ଞାନ, ସଙ୍ଗୀତ, ମସ୍ତି ଆଦିର ମଜା ମଧ୍ୟ ନେଇ ହେବ । କାର୍ଯ୍ୟକ୍ରମ ଅଗଷ୍ଟ ୧୮ ତାରିଖରୁ ୨୦ ଯାଏ ସନ୍ଧ୍ୟା ୫ଟାରୁ ସାଢ଼େ ୮ଟା ପର୍ଯ୍ୟନ୍ତ ଚାଲିବ । ୨୦ ତାରିଖ ସକାଳ ୯ରୁ ଦିନ ୧ଟା ପର୍ଯ୍ୟନ୍ତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମ ପାଇଁ ପଞ୍ଜିକରଣ କରିବା ଲାଗି ୯୮୬୧୩୨୧୨୭୦ କିମ୍ବା ୭୮୯୪୩୧୫୫୨୯ ମୋବାଇଲ୍ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି । ଓଡ଼ିଶା ଅପଡ଼େଟ ୱେବ ଚ୍ୟାନେଲ ଏହି କାର୍ଯ୍ୟକ୍ରମର ମିଡ଼ିଆ ସହଯୋଗ ରହିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More