ସେ ଦିନ ଆସିବନି : ଭାବିଲେ, ପଢିଲେ ବି ଭୁଲି ହୁଏନି …

0

ଭୁବନେଶ୍ୱର : ସନ୍ତୋଷ ସ୍ମାର୍ଟ ସିଟିରେ କାହିକିଁ କେଜାଣେ ନିଜକୁ ଏକାଏକା ଅନୁଭବ କଲା । ସତରେ କ’ଣ ସେ ଏକା ଥିଲା । କାରଣ ସେ ଏବେ ବିବାହିତ । କିଛି ଦିନ ହେବ ବାପା ବି ହୋଇଛି । ତା’ ପରେ ସାଙ୍ଗ ସାଥି ସବୁ ଅଛନ୍ତି । ଗାଁରେ ଅନ୍ଧାର ନୁହେଁ, ବଂର ଆୁନିକତାର ଚକଚକ ଆଲୋକମାଳା ଭିତରେ ସେ ରହୁଛି । ହେଲେ ତଥାପି କାହିକିଁ ସେ ନିଜକୁ ଏକା ବୋଲି ଭାବିଲା । ପାଖରେ ସ୍ତ୍ରୀ,ପୁଅ,ସାଙ୍ଗ ସାଥି ସବୁ ଥାଇ ବି କିଏ ସନ୍ତୋଷକୁ କଲା ଏକୁଟିଆ । ଏପରି ପ୍ରଶ୍ନ କେବଳ ସନ୍ତୋଷ ମନରେ ଆସିନି ବରଂ ଆସିଛି ଲେଖକଙ୍କ ମନକୁ ଓ ପାଠକଙ୍କ ମନକୁ ।
ଭୁବନେଶ୍ୱରୁ ମାତ୍ର ୪୪ କିଲୋମିଟର ରାମେଶ୍ୱରରେ ସନ୍ତୋଷର ଘର । ରୋଜଗାର କରିବା ଆଶାରେ ସେ ଘର ଛାଡ଼ି ରାଜଧାନୀକୁ ଆସିଥିଲା । ମନରେ ଅନେକ ସ୍ୱପ୍ନ । ବ୍ୟାଗ ଧରି ଭଡ଼ା ଗାଡ଼ିରେ ସହରକୁ ଆସିଛି । ୧୦ ବର୍ଷ ଭିତରେ ଗାଁରେ ଥିବା ଜାଗାରେ ଘର କରିବି , ଗାଡ଼ି କିଣିବି କେତେ କଣ ସ୍ୱପ୍ନ । ଖାସ ସେଥିପାଇଁ ଦିନରାତି ଏକ କରି ସେ କାମ କରେ । ସମୟ ପାଇନାହିଁ ଘର ଲୋକଙ୍କ ଗ୍ରହଣରେ ସମୟ କାଟିବା ପାଇଁ । ନିଜ ପିଲାଦିନର ସାଙ୍ଗ ମାନଙ୍କ ସହ ଗାଁରେ ଯାଇ ଗପିବାକୁ । ହେଲେ ଏତେ ସବୁପରେ ବି ତାର ଆଶା ପୂରଣ ହେଉନାହିଁ । ଜୀବନର ଅଧା ତାର କଟିଗଲାଣୀ । ଆଉ ଅଧା ଜୀବନରେ କଣ ସେ ଏସବୁ ପୂରଣ କରିପାରିବ । ହଁ ନା ର ଉତ୍ତର ବି ତା’ ପାଖରେ ନାହିଁ । ହେଲେ ବେଳେବେଳେ ପିଲାଦିନର କଲେଜ ପଢିବା ସମୟ କଥା ଭାବି ସନ୍ତୋଷ ବହୁତ କଟୁଟିଆ ଅନୁଭବ କରେ ରାଜଧାନୀରେ । ଯେତେବେଳେ ତାର ଗାଁ, ଓ ୩୨ ବର୍ଷ ତଳର କଥା ମନେ ପଡ଼େ ସେତେବେଳେ ସନ୍ତୋଷ ନିଜେ ହଜିଯାଏ କେଉଁ ଏକ ଜଗତରେ । ସତେ ଯେମିତି ତାର ସେ ଭାବନା ରାଇଜ ଗୋଟେ ଅଲଗା । ମନେ ପଡ଼େ ଗାଁ ପଡ଼ିଆରେ ୨ଟଙ୍କା ଆଦାୟ କରି କିକ୍ରେଟ ଟୁଣ୍ଣାମେଣ୍ଟ କଥା, ଗଣେଷ ଓ ସରସ୍ୱତୀ ପୂଜାରେ ବୋଉ ଶାଢୀ ଘରୁ ଆଣି ସଜେଇବା କଥା, ଭାଲୁକୁଣୀ ଓଷାରେ ଉଉଣୀ ପାଇଁ ରାତି ଅଧରୁ ଫୁଲ ତୋଳିବା ମଜା । ଗାଁ ପାଖ ନଇରୁ ବଞ୍ଚିକଣ୍ଟାରେ ମାଛ ଧରିବା କଥା । ଏପରି କେତେ କଣ । ଦିନେ ସନ୍ତୋଷ ପାଖରେ କିଛି ନଥିଲା, ବାପା ଓ ବୋଉ ଠାରୁ ୧ଟଙ୍କା ପାଇଗଲେ ସେ ଜଣେ କୋଟିପତି ବୋଲି ଅନୁଭୂନ କରୁଥିବା ଓ ନିଜ ରାଇଜରେ ଜୀବନ ବିତାଉଥିଲା । ଏବେ ସନ୍ତୋଷ ୧୬ ହଜାର ଟଙ୍କା ରୋଜଗାର କରୁଛି , ହେଲେ ମାସ ଶେଷ ନୁହେଁ, ଅଧା ମାସରେ ତା ପକେଟ ଖାଲି । ଯେଉଁଥ ପାଇଁ ସେ ବେଳେବେଳେ ଭାବେ ଆଉ କଣ ସେ ଦିନ ଆସିବ । ଯେଉଁଦିନରେ ପଇସା ନଥିଲେ ବି ସବୁମିଳୁଥିଲା, ମନ ଖୁସି ରହୁଥିଲା । ସବୁ କରିବାକୁ ଇଛା ହେଉଥିଲା । ଅନ୍ଧାରରେ ସାଙ୍ଗ ସାଥିରେ ନଦୀ ବନ୍ଧରେ ଗାମୁଛା ପିନ୍ଧି ବୁଲିଥିଲି । ହେଲେ ଆଜି … ବାସ … ଏିତିକି

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More