ସୁନାବ୍ୟବସାୟୀରେ ହେରଫେର : ହେଲେ ଜୋରିମାନ ମାତ୍ର ୫୦୦

0

ଭୁବନେଶ୍ୱର : ଦୁଇଟି ଆର୍ଥୀକ ବର୍ଷରେ ମୋଟ ୪୨ଟି ସୁନା ଦୋକାନ ଗ୍ରାହକଙ୍କୁ ସୁନା କିଣିବା ସମୟରେ ଓଜନରେ ଠକୁଛନ୍ତି । ହେଲେ ସବୁଠାରୁ ବଡ଼ କଥା ହେଲା ଯୋଗାଣବିଭାଗ ଏହି ଦୋକାନକୁ ଚଡ଼ଉ କରି ଠକୁଥିବା ଦୋକାନୀଙ୍କୁ ଠାକ କରିଛି । ହେଲେ ବିଡ଼ମ୍ବାନାର ବିଷୟ ହେଲା ଯେ ଏହି ସୁନା ଦୋକାନୀଙ୍କ ଠାରୁ ମାତ୍ର ୫୦୦ ଟଙ୍କା ଜୋରିମାନ କରାଯାଇଛି । ଯାହା ଏବେ ଚର୍ଚ୍ଚାର ବିଷୟ । ଯେତେବେଳେ ରଣପୁରରେ ଜଣେ ଦୋକାନୀଙ୍କୁ ଛଡ଼ଉ କରି ପଲିଥିନ ପାଇଁ ଜୋରିମାନ ୧୩ହଜାର ଟଙ୍କା ଫାଇନ କଟାଇଛି ସେତେବେଳେ ସୁନା ଦୋକାନଙ୍କୁ ୫ଶହ ଟଙ୍କା । ସୁନା ବିକ୍ରି ବେଳେ ବଡ ଧରଣର ହେରଫେର କରୁଛନ୍ତି ସୁନା ଦୋକାନୀ ।ରାଜ୍ୟରେ ଗ୍ରାହକଙ୍କୁ ସୁନା ଦୋକାନୀ ଠକୁଥିବା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।ଖାସକରି କଟକ ଓ ବାଲେଶ୍ୱରରେ ସର୍ବାଧିକ ସୁନା ଦୋକାନୀ ଗ୍ରାହକଙ୍କୁ ଠକିଥିବା ନେଇ ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ବିଭାଗ ପକ୍ଷରୁ ବିଭିନ୍ନ ଦୋକାନ ଉପରେ ଚଢାଉ କରି କାର‌୍ୟ୍ୟାନୁଷ୍ଠାନ ନିଆଯାଇଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଏହି ତାଲିକାରେ ବାଲେଶ୍ୱରର ୬ଟି, ଖୋର୍ଦ୍ଧାରେ ୪ଟି ଓ କଟକରେ ୭ଟି ସୁନା ଦୋକାନ ରହିଛି ।
ତେବେ ରାଜ୍ୟର ଅନ୍ୟ ସ୍ଥାନ ଗୁଡିକରେ ସୁନା ଦୋକାନ ଉପରେ ଚଢାଉ ହୋଇଥିବା ବେଳେ ଭୁବେନଶ୍ୱର ଓ ବ୍ରହ୍ମପୁରର କୌଣସି ସୁନା ଦୋକାନୀ ଉପରେ ଚଢାଉ ହୋଇନାହିଁ । ତେବେ ଏହି ଦୁଇ ସ୍ଥାନରେ ସୁନା ଦୋକାନ ଉପରେ କାହିଁକି ଚଢାଉ କରାଯାଉନାହିଁ ବୋଲି ବାଚସ୍ପତି ପ୍ରଶ୍ନ କରିବା ସହ ଏହି ଦୁଇ ଅଞ୍ଚଳରେ ଥିବା ଇନସପେକ୍ଟରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More