ଓଡିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ନୂଆ ଦାୟିତ୍ୱ

0

ଓଡିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ ଭାରତର ଚତୁର୍ଦଶ ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ (ସିଏଜି) ଜେନେଭାରେ ଥିବା ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ ବା ଆଇପିୟୁରେ ଏକ୍ସଟରନାଲ ଅଡିଟର ଭାବରେ ନିଯୁକ୍ତ ହୋଇଛନ୍ତି । ଖୁବ୍ ଶୀଘ୍ର ମୁର୍ମୁ ସ୍ୱିଜରଲ୍ୟାଣ୍ଡର ସୁପ୍ରିମ ଅଡିଟ୍ ପ୍ରତିଷ୍ଠାନରେ ନିଜର ନୂଆ ଦାୟିତ୍ୱ ଗ୍ରହଣ କରିବେ I ତିନି ବର୍ଷ ପାଇଁ ସେ ଏହି ପଦବୀରେ ରହିବେ । ଗୁଜରାଟ ପାହ୍ୟାର ୧୯୮୫ ବ୍ୟାଚ୍‌ ଆଇଏଏସ୍‌ ଅଫିସର ମୁର୍ମୁ ପ୍ରଥମ ଓଡ଼ିଆ ଭାବେ ଜାମ୍ମୁ-କାଶ୍ମୀରର ଉପରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ । ସେ ଏବେ ୧୪ ତମ ସିଏଜି ଭାବରେ ଦାୟିତ୍ବ ତୁଲାଉଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More