ସାଧାରଣ ବର୍ଗର ଆର୍ଥିକ ଭାବେ ଅନଗ୍ରସର ଲୋକଙ୍କ ପାଇଁ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ୧୦% ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଆଜିଠାରୁ ଲାଗୁ ହୋଇଛି I କେନ୍ଦ୍ର ନ୍ୟାୟ ଓ ସଶସ୍ତୀକରଣ ମନ୍ତ୍ରାଳୟ ପକ୍ଷରୁ ଆଜି ଅଫିସିଆଲ ଗେଜେଟ ନୋଟିଫିକେସନ ଜାରି କରାଯାଇଛି I ଏହା ପରେ ପରେ ଦେଶର ଗୁଜୁରାଟ ପ୍ରଥମ ରାଜ୍ୟ ଯେକି ଏହାକୁ ଲାଗୁ କରିଛି I