ନିର୍ଦ୍ଧାରିତ ତିଥିରେ ରଥଯାତ୍ରା ପାଇଁ ଗତପତିଙ୍କ ଆହ୍ୱାନ ; ଚାପ ଆଗରେ ନଇଁଲା ଇସକନ

0

ପୁରୀ : ଏଣିକି ନିର୍ଦ୍ଧାରିତ ତିଥିରେ ହେବ ରଥଯାତ୍ରା । ପ୍ରେସ ରିଲିଜ ଜରିଆରେ ପୁରୀର ଗଜପତିକ ଆହ୍ୱାନ । ପ୍ରତିବର୍ଷ ଆଷାଢ ମାସ ଶୁକ୍ଳ ପକ୍ଷରେ ପବିତ୍ର ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବା ପାଇଁ ପୁରୀର ଗଜପତି ଆହ୍ୱାନ ଦେଇଛନ୍ତି । ରଥଯାତ୍ରା ପରେ ପ୍ରଭୁ ଶ୍ରୀ ଜଗନ୍ନାଥ ରତ୍ନସିଂହାସନରେ ବିରାଜମାନ ହୁଅନ୍ତି । ତେଣୁ ପୁରୀର ଗଜପତି ଏକ ପ୍ରେସ ରିଲିଜ ଜରିଆରେ ଏହି ପ୍ରତିକ୍ରିୟା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ପ୍ରଭୁ ଶ୍ରୀ ଜଗନ୍ନାଥ ତ୍ରୟୋଦଶୀ ଏବଂ ଚତୁର୍ଦ୍ଦଶୀ ତିଥିରେ ରତ୍ନସିଂହାସନରେ ବିରାଜମାନ ହୁଅନ୍ତି । ତେଣୁ ଶ୍ରୀମନ୍ଦିରର ମହାନ ପରମ୍ପରା ଓ ଶାସ୍ତ୍ରୀୟ ଘୋଷଣା ଉଲ୍ଲଘଂନ କରି ମହାପ୍ରଭୁଙ୍କ ପବିତ୍ର ଯାତ୍ରାର ଅନୁଷ୍ଠିତ କରିବେ ନାହିଁ ବୋଲି ପୁରୀର ଗଜପତି ମହାରାଜ କହିଛନ୍ତି । ତେବେ ଏହି ଚାପ ଆଗରେ ନଇଁଲା ଇସକନ୍ । ପଞ୍ଜାବର ଲୁଧିଆନାରେ ଆସନ୍ତା ନଭେମ୍ବର ମାସରେ ହେବାକୁ ଯାଉଥିବା ଅଦିନିଆ ରଥଯାତ୍ରାର ନିଷ୍ପତ୍ତିରୁ ଇସକନ ଓହରିଛି । ଏନେଇ ଇସକନ ଏକ ପ୍ରେସ ବିଜ୍ଞପ୍ତି ସହ ସମ୍ବାଦିକ ସମ୍ମିଳନୀ ଜରିଆରେ ଜଣାଇଛନ୍ତି । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ଓ ପରମ୍ପରା ପ୍ରତି ଇସକନର ଗଭୀର ସମ୍ମାନ ରହିଛି । ଏହି ସଂସ୍କୃତି ଓ ପରମ୍ପରା କୁ ଇସକନ କେବେ ବି ଅବମାନନା କରିବାକୁ ଚାହିଁ ନାହିଁ ବୋଲି କହୁଯାଇଛି । ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ସାରା ବିଶ୍ୱରେ ମନ୍ଦିର ସ୍ଥାପନା ସହିତ ବହୁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରାଯାଉଥିବା ଇସକନ କହିଛି । ତେଣୁ ଲୁଧିଆନା ପକ୍ଷରୁ ହେବାକୁ ଥିବା ଆସନ୍ତା ନଭେମ୍ବର ୧୭ ତାରିଖରେ ଏହି ରଥଯାତ୍ରାକୁ ବନ୍ଦ କରାଯାଇଥିବା ବେଳେ ଆସନ୍ତା ବର୍ଷ ଆଷାଢ ମାସରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପରମ୍ପରାକୁ ନିର୍ଦ୍ଧାରିତ ତିଥିରେ ଆୟୋଜିତ କରାଯିବ ବୋଲି ଇସକନର କର୍ତ୍ତୃପକ୍ଷ କହିଛନ୍ତି । ପୂର୍ବରୁ ଏହି ଅଦିନିଆ ରଥଯାତ୍ରା ପ୍ରସଙ୍ଗକୁ ନେଇ ଖଣ୍ଡପଡାର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଧାନସଭାରେ ଉଠାଇଥିଲେ । ତେବେ ଏହି ପ୍ରଙ୍ଗକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଏତଲାମାନ ଦିଆଯାଇଛି ବୋଲି ଖଣ୍ଡପଡାର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଅପିଲ କରିଥିଲେ । ତେଣୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀ ଏହାକୁ ଗଭୀର ସହିତ ନେଇ ଅଦିନିଆରେ ହେଉଥିବା ରଥଯାତ୍ରାକୁ ବନ୍ଦ କରିବାକୁ ଅନୁରୋଧ କରିଥିଲେ । ଶେଷରେ ଏକ ସମ୍ବାଦିକ ସମ୍ମିଳନୀ ଜରିଆରେ ଏହି କାର୍ଯ୍ୟକ୍ରମକୁ ବାତିଲ କରିବା ନେଇ ଇସକନର ପଦାଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More