ଦୁଇ ମାସ ପରେ ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

0

ପୁରୀ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନ ବେଦୀରେ ବିଜେ ହୋଇଛନ୍ତି ଚତୁର୍ଦ୍ଧା ମୁରତି । ବିଡ଼ମ୍ବନାର ବିଷୟ କରୋନା ମହାମାରୀ ପାଇଁ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହେଉଛି । ନିର୍ଧାରିତ ସମୟ ଅନୁସାରେ ମହାପ୍ରଭୁଙ୍କ ରୀତିନୀତି ଚାଲିଛି । ଧାଡି ପହଣ୍ଡି,ମଙ୍ଗଳ ଆଳତି,ଅବକାଶ ନୀତି କଡ଼ପ ଲାଗି ନୀତି ଶେଷ ହୋଇଛି । ସେହିପରି ଛେରାପହଁରା ପରେ ଗଜାନନ ରୂପେ ଭକ୍ତଙ୍କୁ ଦର୍ଶନ ଦେବେ । ଆଜି ଜଗତର ନାଥ ଜଗନ୍ନାଥ ୩୫ ଗଡୁ ଜଳରେ ସ୍ନାନ କରିବେ । ସେହିପରି ସୁଦର୍ଶନ ୧୮ ଗଡୁ,ସୁଭଦ୍ରା ୨୨ ଗଡୁ ବଳଭଦ୍ର ୩୩ ଗଡୁ ଜଳରେ ସ୍ନାନ କରିବେ । ସମୁଦାୟ ଚତୁର୍ଦ୍ଧା ମୁରତି ୧୦୮ ଗଡୁ ଜଳରେ ସ୍ନାନ କରିବେ।ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ପରେ ପରେ ଯଥା ବିଧି ରୀତିନୀତି ହେବ । ଏବଂ ବାହୁଡା ନୀତି ଅପରାହ୍ନ ୫ଟାରୁ ୮ ଟା ମଧ୍ୟରେ ସମ୍ପନ୍ନ ହେବ । ଯାହା କି ଶ୍ରୀମନ୍ଦିର ପ୍ରଶାସନ ସମୟ ନିର୍ଧାରଣ କରିଛି । ପ୍ରଥମ ଥର ପାଇଁ ଭକ୍ତଙ୍କ ବିନା ସୀମିତ ସେବାୟତଙ୍କ ମଧ୍ୟରେ ମହାପ୍ରଭୁଙ୍କ ସ୍ନାନ କାର୍ଯ୍ୟ ଚାଲିଛି । ସେବାୟତଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା ପାଇଁ ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛି । ଏହାସହ ଶ୍ରୀମନ୍ଦିର ଚାରିପାଖରେ ୧୪୪ ଧାରା ଲାଗୁକରିବା ସହ ୩୮ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ଚାରୋଟି ପର୍ଯ୍ୟୟରେ ୨୪ ଘଣ୍ଟିଆ ଡିଉଟି କରୁଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷାନ କୁମାର ଓ କେନ୍ଦ୍ରଞ୍ଚଳ ଡିଆଜି ଆଶିଷ କୁମାର ପୁରା ବ୍ୟବସ୍ଥାର ତଦାରଖ କରୁଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More