ଆସନ୍ତା ୧୫ ତାରିଖରୁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନଥିଲେ ଲାଗିବ ଫାଇନ୍

0

ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ ୧୫ରୁ କଟିବ ଚାଲାଣ । ଯେଉଁସବୁ ଯାନବାହନର ନମ୍ବର ପ୍ଲେଟର ଶେଷ ଅଙ୍କ ୧, ୨, ୩, ୪, ୫ କିମ୍ବା ୬ ଥିବ ଏବଂ ସେହି ସବୁ ଗାଡ଼ିଗୁଡ଼ିକରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗି ନଥିବ, ସେହି ଗାଡ଼ି ମାଲିକଙ୍କଠାରୁ ଆସନ୍ତା ୧୫ ତାରିଖରୁ ଫାଇନ୍ ଆଦାୟ କରାଯିବ । ଏସବୁ ଗାଡ଼ିଗୁଡ଼ିକ ପାଇଁ ୫ରୁ ୧୦ ହଜାର ପର୍ଯ୍ୟନ୍ତ ଚାଲାଣ କଟାଯିବ ବୋଲି ଏସଟିଏ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି । ଏସବୁ ନମ୍ବର ବିିଶିଷ୍ଟ ଯାନ ବାହନ ପାଇଁ ଡେଡ୍‌ଲାଇନ ଥିଲା ଡିସେମ୍ବର ୩୧ ତାରିଖ । ଏହା ଭିତରେ ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର ସୂଚନା ଦେଇଛନ୍ତି ଯେ, ଜାନୁଆରୀ ୯ ତାରିଖ ଅର୍ଥାତ ଗତକାଲି ସୁଦ୍ଧା ରାଜ୍ୟର ୩୫ ଲକ୍ଷ ୫୬ ହଜାର ୮୧୯ ଗାଡ଼ି ମାଲିକ ସ୍ଲଟ୍ ବୁକିଂ କରିଥିବା ବେଳେ ତା ଭିତରୁ ୨୭ ଲକ୍ଷ ୨୪ ହଜାର ୯୯୪ ଗାଡ଼ିରେ HSRP ଲଗାଯାଇ ସାରିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More