ସର୍ବଶ୍ରେଷ୍ଠ ସେଲିବ୍ରିଟି ମାନ୍ୟତା ପାଇଲେ କୋହଲି

0

ଟିମ ବ୍ଲୁର କ୍ୟାପଟେନ ବିରାଟ କୋହଲି ତାଙ୍କର ଚମତ୍କାର ଖେଳ ଜାରିରଖି କୋଟି ଭାରତୀୟଙ୍କ ପ୍ରିୟପାତ୍ର ହୋଇଛନ୍ତି । ଫିଲ୍ମ ଦୁନିଆର ନାମୀଦାମୀ କଳାକାରଙ୍କୁ ପଛରେ ପକାଇ ଚଳିତବର୍ଷ କୋହଲି ସର୍ବଶ୍ରେଷ୍ଠ ସେଲିବ୍ରିଟି ମାନ୍ୟତା ପାଇଛନ୍ତି । ଫୋର୍ବସ ଭାରତୀୟ ସେଲେବ୍ରିଟି ତାଲିକାର ଏହି ରେସରେ ସେ ଅମିତାଭ ବଚନ, ସଲମାନ, ଶାହରୁଖ ଓ ଅକ୍ଷୟ କୁମାରଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।

ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଖିଲାଡି ଷ୍ଟାର ଅକ୍ଷୟ କୁମାର । ସେପଟେ ଗତ ତିନି ବର୍ଷ ଧରି ତାଲିକାର ଶୀର୍ଷରେ ରହୁଥିବା ସଲମାନ ଖାନ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି । ତାଙ୍କ ପଛକୁ ବିଗ୍‌ ବି ଅମିତାଭ ବଚ୍ଚନ ଚତୁର୍ଥ ସ୍ଥାନରେ ରହିଛନ୍ତି । ସେହିଭଳି କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଫୋର୍ବସ ତାଲିକାରେ ପଞ୍ଚମ ସ୍ଥାନରେ ରହିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More