ଇତିହାସରେ ପ୍ରଥମ : ଔଷଧ ପରୀକ୍ଷଣ ବେଳେ ସବୁ କର୍କଟ ରୋଗୀ ସୁସ୍ଥ ହୋଇଗଲେ

0

ନ୍ୟୁୟର୍କ : କର୍କଟ ଏକ ଅସାଧ୍ୟ ରୋଗ | ଏହି ରୋଗୀଙ୍କ ଚିକିତ୍ସା ପାଇଁ ନାନା ପ୍ରକାର ପରୀକ୍ଷା ନିରୀକ୍ଷା ଚାଲିଛି | କିନ୍ତୁ ୧୮ ଜଣ ମଳାଶୟ କର୍କଟ ରୋଗୀଙ୍କଠାରେ ଏକ ନୂତନ ଔଷଧର ପରୀକ୍ଷଣ ସମୟରେ ୬ ମାସରେ ସେମାନେ ସମସ୍ତେ ସମ୍ପୂର୍ଣ ସୁସ୍ଥ ହୋଇଯାଇଛନ୍ତି, ଯାହା ଇତିହାସରେ ପ୍ରଥମ | କୌଣସି ଔଷଧ ବଜ଼ାରକୁ ଯିବା ପୂର୍ବରୁ ତାର କ୍ଲିନିକାଲ ଟ୍ରାଏଲ କରାଯାଇଥାଏ | ଦୋସ୍ତରଲିମାବ ନାମକ ଏହି ଔଷଧର ପରୀକ୍ଷା ପାଇଁ ୧୮ ଜଣ କୋଲନ କର୍କଟ ରୋଗୀଙ୍କୁ ଦିଆଯାଇଥିଲା | ସେମାନଙ୍କୁ ୬ ମାସ ଏହି ଔଷଧ ଦେବା ପରେ ଦେଖାଗଲା ସମସ୍ତଙ୍କର ଟ୍ୟୁମର ଅନ୍ତର୍ହିତ ହୋଇଯାଇଛି |
ଦୋସ୍ତରଲିମାବ ହେଉଛି ଏକ ଔଷଧ ଯେଉଁଥିରେ ବିଜ୍ଞାନାଗାରରେ ପ୍ରସ୍ତୁତ ଅନୁ ରହିଛି | ଏହି ଅଣୁ ମଣିଷ ଶରୀରରେ ଅଣ୍ଟିବଡିର ବିକଳ୍ପ ଭାବେ କାମ କରେ | ଏହି ଔଷଧର ପରୀକ୍ଷା ପାଇଁ ୧୮ ଜଣ ମଳାଶୟ କର୍କଟ ରୋଗୀଙ୍କୁ ସମାନ ଔଷଧ ୬ ମାସ ପର୍ଯ୍ୟନ୍ତ ଦିଆଗଲା | ତାପରେ ଏନ୍ଡୋସ୍କୋପି, ପିଇଟି ସ୍କାନ ବା ଏମଆରଆଇ ସ୍କାନ ଆଦି ଯେତେ ପ୍ରକାର ପରୀକ୍ଷା କଲେ ବି ରୋଗୀଙ୍କଠାରେ କୌଣସି ଚିହ୍ନବର୍ଣ୍ଣ ମିଳିଲା ନାହିଁ | ଅର୍ଥାତ ୧୮ ଜଣ ଯାକ ସମ୍ପୂର୍ଣ ସୁସ୍ଥ ହୋଇଯାଇଛନ୍ତି | କର୍କଟ ରୋଗ ଇତିହାସରେ ଏହା ପ୍ରଥମ ଘଟଣା ବୋଲି ନ୍ୟୁୟର୍କର ମେମୋରିଆଲ ସ୍ଲୋନ କେଟରିଂ କ୍ୟାନ୍ସର ସେଣ୍ଟରର ଡ. ଲୁଇସ ଏ. ଡିଆଜ ଜେ. କହିଛନ୍ତି |

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More