ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ଏଫଆଇଏଚ ହକି ମ୍ୟାଚ

0

ଭୁବନେଶ୍ୱର : ପୁଣି କଳିଙ୍ଗ ଷ୍ଟାଡ଼ିୟମରେ ବାଜିବା ହକି ବିଗୁଲ I କଳିଙ୍ଗ ଷ୍ଟାଡ଼ିୟମରେ ଆଜି ଓ କାଲି ଦୁଇ ଦିନ ଧରି ଖେଳାଯିବ ଏଫଆଇଏଚ ହକି ଅଲମ୍ପିକ୍ସ ୟୋଗ୍ୟତା ପର୍ଯ୍ୟାୟ I ନଭେମ୍ବର ୧ ଓ ୨ ତାରିଖରେ ଭାରତୀୟ ପୁରୁଷ ଓ ମହିଳା ଦଳ ଯଥାକ୍ରମେ ରୁଷିଆ ଓ ଆମେରିକା ଦଳକୁ ଭେଟିବେ I ଏହି ଦୁଇ ଦିନ ପାଇଁ ଆୟୋଜକ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି I ଆଜି ପ୍ରଥମ ମ୍ୟାଚ ଭାରତ ବନାମ ଆମେରିକା (ମହିଳା ) ସମୟ : ସନ୍ଧ୍ୟା ୬ଟା ରେ ଖେଳାଯିବ I ପରେ ଦ୍ୱିତୀୟ ମ୍ୟାଚ ଭାରତ ବନାମ ରୁଷିଆ (ପୁରୁଷ ) ସମୟ : ରାତି ୮ଟା ରେ ଖେଳାଯିବ I ଏହି ମ୍ୟାଚ ଗୁଡିକ ପ୍ରତେକ ଦଳ ଗୁରୁତ୍ଵପୂର୍ଣ ଅଟେ I ୨୦୨୦ ଟୋକିଓ ଅଲମ୍ପିକ୍ସ ପାଇଁ ୟୋଗ୍ୟତା ହାସଲ କରିବାକୁ ହେଲେ ଏହି ପର୍ଯ୍ୟାୟରେ ଉର୍ନତ ପ୍ରଦର୍ଶନ କରିବାକୁ ପଡିବ I କଳିଙ୍ଗ ଷ୍ଟାଡିଅମ ସମେତ ଆଖପାକ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରିଛି ପୋଲିସ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More