ପୁଅକୁ ହରାଇ ହାରିଗଲା ବାପା

0

ସତରେ ଏ ସମୟଟା ଭାରି ନିଷ୍ଠୁର ହୋଇଯାଇଛି । ଦୁରେଇ ଦେଇଛି ନିଜ ଲୋକଙ୍କ ଠାରୁ , ଚୋରାଇ ନେଇଛି ଆଖିର ନିଦ । ଆଉ ଭାସାଇ ଦେଇଛି ଲୁହ ଦାରିଆରେ । ଆଉ ଦେଇଯାଇଛି ଅଲିଭା କ୍ଷତ । ଯେଉଁଠି ବାପର ଶବ ଛୁଇଁବା, ପୁଅ ପାଇଁ ପାପ । ଆଜି ଏମିତି ବି ସମୟ ଆସିଛି ବାପକୁ ମୁଖାଜ୍ଞି ଦେଇପାରିନି ପୁଅ । ଏପଟେ ଜୁଇ ଜଳିଲା ବେଳେ ସେପଟେ ଭିଡିଓ କଲିଙ୍ଗ ପୁଅ ଦେଖୁଛି । ହେଲେ କିଛି କରିପାରୁନି । ବାସ୍ ବିଦେଶରେ ଥାଇ ଲୁହ ଗଡାଉଛି ।
ଏବେ ଆଉ ଏକ ଚିତ୍ର ସାମ୍ନାକୁ ଆସିଛି । ଯାହାକୁ ଜାଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ । ଯାହା ସ୍ୱପ୍ନ ପୂରଣ ପାଇଁ ବାପା ବାହାର ରାଜ୍ୟରେ ଦାଦନ ଖଟୁଛି । ସେ ବାପର ସ୍ୱପ୍ନ ଭାଙ୍ଗି ଦେଇଛି । ବାପା ଘରକୁ ଆସିବେ।ଆଉ ସେ ଏକ ବର୍ଷର କୁନି ପୁଅ ସହ ମନ ଭରି ଖେଳିବେ । ସେ ଘୋଡା ହେବେ, ଆଉ ପୁଅକୁ ପିଠିରେ ବସେଇ ସାରା ଗାଁରେ ବୁଲେଇବେ । ହେଲେ ସବୁ ଆଶା ଆଶାରେ ରହିଗଲା । ଲକ୍ ଡାଉନ ପାଇଁ ନା ସେ ଘରକୁ ପହଂଚି ପାରିଲେ । ନା ପୁଅ ତାଙ୍କୁ ଅପେକ୍ଷା କଲା । ଚାଲି ଗଲା । ସବୁ ଦିନ ପାଇଁ ଏକା କରି । ଏ ସମୟ ବି ଏତେ ନିଷ୍ଠୁର ଯେ ଶେଷ ଥର ପାଇଁ ପୁଅକୁ ବି ଦେଖି ପାରିଲାନି ଏ ଅଭାଗ ବାପାଟା । ଏମିତି ଏକ ଚିତ୍ର ଏବେ ଚାରିଆଡେ ଘୁରି ବୁଲୁଛି । ଫଟୋଟିକୁ ଉଠାଇଛନ୍ତି ଖବର ସରବରାହ ସଂସ୍ଥା ପିଟିଆର ଫଟୋଗ୍ରାଫର ଅତୁଲ ୟାଦବ । ଜଣେ ପ୍ରବାସୀ ଭାଇ ଫୋନଟିକୁ କାନରେ ଧରି ଜୋରରେ କାନ୍ଦୁଛନ୍ତି । ସେ କାନ୍ଦୁଥିବା ବ୍ୟକ୍ତି ଜଣଙ୍କ ବିହାରର । ତାଙ୍କ ନାମ ରାମ ପୁକାର ପଣ୍ଡିତ । ସେ ଦିଲ୍ଲୀରେ କାମ କରନ୍ତି ।
ସେ ତାଙ୍କର ଏକ ବର୍ଷ ପୁଅକୁ ସବୁଦିନ ପାଇଁ ହରାଇ ଦେଇଛନ୍ତି । ଆଉ ଖୋଜିଲେ ବି ପାଇବେନି । ପୁଅକୁ ଦେଖିବା ପାଇଁ ଘରକୁ ଯିବାକୁ ବହୁତ ଚେଷ୍ଟା କରିଛନ୍ତି । ହେଲେ ଏ କଡା ଆଇନ କାନୁନ ତାଙ୍କ ଗୋଡ଼ରେ କଡ଼ି ପକେଇ ଦେଲା । ତାଙ୍କୁ ଉତ୍ତର ପ୍ରଦେଶର ସୀମାରେ ପୋଲିସ ଅଟକାଇ ଦେଲା । ସେଠାରେ ସେ ବସି ଥିବା ସମୟରେ ପୁଅର ମୃତ୍ୟୁ ଖବର ଶୁଣି କାନ୍ଦୁଛନ୍ତି । ସତରେ ଏ ଦୃଶ୍ୟ ଭାରି ହୃଦୟ ବିଦାରକ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More